ଆସିପାରେ ବାତ୍ୟା ‘ତେଜ୍’ !
ଆରବ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଯଦି ବାତ୍ୟାରେ ପରିଣତ ହେଲା, ଏହାର ନାଁ ରହିବ 'ତେଜ୍' ।
ଆରବ ସାଗରର ଦକ୍ଷିଣ-ପୂର୍ବ ଭାଗରେ ବିଷୁବୀୟ ଅଞ୍ଚଳ ନିକଟରେ ପାଣିପାଗ ପରିସ୍ଥିତି ସୃଷ୍ଟି ହେଉଛି, ଯାହାକି ଖୁବଶୀଘ୍ର ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ସମୁଦ୍ରର ଦକ୍ଷିଣ-କେନ୍ଦ୍ରୀୟ ଭାଗକୁ ଗତି କରି ଲଘୁଚାପ କ୍ଷେତ୍ର ରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟା ରୂପ ନେବ କି ନା, ତାହା ଏବେ ଠାରୁ କହିହେବ ନାହିଁ । ୨ ଦିନରେ ଏ ନେଇ ସ୍ଥିତି ସ୍ପଷ୍ଟ ହେବ ବୋଲି ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍ କହିଛି ।
Powered by Froala Editor