ଦନ୍ତା ହାତୀର ମୃତଦେହ ଠାବ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଓରାଘାଟ ଗାଁର ପାରମସାହିରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର କେମିତି ମୃତ୍ୟୁ ହେଲା, ତାହା ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ପରେ ତାଦର ମୃତ୍ୟୁର କାରଣ ସଂପର୍କରେ ଜଣାପଡ଼ିବ। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି। ୨୦୨୧ ମସିହାରେ ଏହି ସମାନ ସ୍ଥାନରେ ଠାବ ହୋଇଥିଲା ଏକ ଦନ୍ତା ହାତୀର ମୃତଦେହ। ନିକଟରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଥିଲେ ଯେ, ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର ଓ ବିଷ ପ୍ରୟୋଗ ଇତ୍ୟାଦି ବିଭିନ୍ନ କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି।
Powered by Froala Editor