ସ୍ବାସ୍ଥ୍ୟପକ୍ଷେ ଉପକାରୀ ତୁଳସୀ ଚା’

ଅନେକ ପ୍ରକାରର ଚା’ ପିଇଥିବେ । ଏପରି ଏକ ଚା’ , ଯାହାର ସ୍ୱାଦ ଉତ୍ତମ ରହିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହି ଚା’ ହେଉଛି ତୁଳସୀ ଚା’। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ତୁଳସୀ ଚା’ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କୁହାଯାଏ ଯେ ତୁଲସୀ ଚା ପିଇବା ଦ୍ୱାରା ଗଳାରେ ଘା ’ ଏବଂ କାଶ ଭଳି ସମସ୍ୟା ସୃଷ୍ଟି ହୁଏ ନାହିଁ ।
ଯଦି ଏମିତି ସମସ୍ୟା ଦେଖାଦିଏ ତେବେ ଶୀଘ୍ର ଆରୋଗ୍ୟ ହୋଇଯାଇଥାଏ। ଏଥିସହିତ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ଏହାକୁ ଚା ସହିତ ମିଶ୍ରିତ କରି ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଭଲ ହୋଇଥାଏ। ଗଳା ସମ୍ବନ୍ଧୀୟ ସମସ୍ୟା ଥିଲେ ଆପଣ ତୁଳସୀ ଚା’ ପିଇ ଆରାମ ପାଇପାରିବେ । କିନ୍ତୁ ଏହାର ଅତ୍ୟଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ତୁଳସୀ ଚା’ର ଅତ୍ୟଧିକ ସେବନ ହୃଦଘାତଜନିତ ସମସ୍ୟା ସୃଷ୍ଟି କରିପାରେ। କିନ୍ତୁ ଯଦି ଆପଣ ପ୍ରତିଦିନ ନିର୍ଦ୍ଦିଷ୍ଟ ପରିମାଣରେ ତୁଳସୀ ଚା’ ପିଇ ପାରିବେ ଏହା ସ୍ବାସ୍ଥ୍ୟପକ୍ଷେ ଉପକାରୀ ହେବ।
Powered by Froala Editor