Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • ଇ-ଚାଲାଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ...

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

ରାଜନୀତି
Home ›› ରାଜନୀତି ››ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା

ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା

2023-10-12 08:40:18
13744
Share:
Facebook
Twitter
E-Mail
WhatsApp
Telegram
ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା

ଭୁବନେଶ୍ୱର  : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ନବୀନ ସରକାର ଦ୍ୱାରା ଓଡ଼ିଆ ଜାତିର ଆରଧ୍ୟ୍ୟ ଦେବତା ତଥା ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଏବଂ ଅନୀତି କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବନ୍ଦ ରହିଥିବା ପୁରୀ ମନ୍ଦିରର ଚାରି ଦ୍ୱାରକୁ ସାରା ଓଡ଼ିଶା ଏବଂ ବିଶ୍ୱର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ । ଯାହାଦ୍ୱାରା ଆଗାମୀ କାର୍ତିକ ମାସରେ ସେଠାରେ ହବିସିଆଳିଙ୍କ ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ଦର୍ଶନ ସୁବିଧାରେ ପାଇବେ । ଚାରି ଦ୍ୱାର ଖୋଲିବା ହିଁ ପ୍ରଦେଶ କଂଗ୍ରେସର ଦାବି । ଏ ସଂକ୍ରାନ୍ତରେ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ତା’ର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି । ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସ ଓ ଭାବାବେଗ ସହିତ ନ ଖେଳିବା ପାଇଁ ଶ୍ରୀ ପଟ୍ଟନାୟକ ଚେତାବନି ଦେଇଛନ୍ତି । ସେମାନଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ଲୋକେ ଲମ୍ବା ଧାଡ଼ି କରି ଖରାରେ ଠିଆ ହୋଇଛନ୍ତି । ସାରା ଦେଶ ଏବଂ ବିଶ୍ୱରୁ ଭକ୍ତ ଆସି  ଏଥିପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେହିପରି ରତ୍ନାଭଣ୍ଡାର ଖୋଲିବା ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରାଯାଉଛି । ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି,ମଣତି ଓ ମରାମତି କାର୍ଯ୍ୟ ତୁରନ୍ତ କରାଯାଉ । ପରିକ୍ରମା ପ୍ରକଳ୍ପ ସହ ଚାରିଦ୍ୱାର ଖୋଲା କାର୍ଯ୍ୟକ୍ରମକୁ ସଂଯୁକ୍ତ କରାନଯାଉ । ଆସନ୍ତା ୧୬ ତାରିଖରେ ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଏବଂ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଦିବା ୧୦ ଘଟିକା ସମୟରେ ପୁରୀ ଠାରେ ଅନୁଷ୍ଠିତ ହେବ । କଂଗ୍ରେସର ଦାବି ଯାହାକି ଓଡ଼ିଶା, ଭାରତ ଏବଂ ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଦାବି ସେ ସଂପର୍କରେ ଏକ ସ୍ମାରକ ପତ୍ର ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ । ଦାବି ପୂରଣ ନ ହେଲେ କଂଗ୍ରେସ ଦଳ ଏହାର ପରବର୍ତି କାର୍ଯ୍ୟକ୍ରମ ଧାର୍ଯ୍ୟ କରିବ ବୋଲି ପିସିସି ସଭାପତି ଶ୍ରୀପଟନାୟକ ସୂଚନା ଦେଇଛନ୍ତି ।  

ଏହି ସାମ୍ବାଦିକ ସମ୍ମଳୀନରେ ଯୋଗ ଦେଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର କାର୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲନ୍ତୁ । ହବିଶିଆଳୀ ମାନଙ୍କ ସମସ୍ୟା ଉପରେ ଦୃଷ୍ଟିପାତ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଯଦି ମନ୍ଦିରର ଚାରି ଦ୍ୱାର ଉନ୍ନକ୍ତ କରା ନଯାଏ ତେବେ ହବିଶିଆଳୀମାନେ ନାହିଁ ନଥିବାର ଅସୁବିଧା ଭୋଗ କରିବେ । ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଉପରେ ଶ୍ରୀ ହରିଚନ୍ଦନ ଗୁରୁତ୍ୱଆରୋପ କରିଥିଲେ । ସେ କହିଥିଲେ ବହୁ ପୂର୍ବରୁ ଏହି ଗଣତି କାର୍ଯ୍ୟ ହୋଇଆସିଛି । ୧୮୦୩ ମସିହାରେ ଇଂରେଜମମାନେ ଆସିଲା ପରେ ୧୮୦୫ ମସିହା ରତ୍ନଭଣ୍ଡାରରେ ଥିବା ସମସ୍ତ ଧନରତ୍ନ ଓ ଅଳଙ୍କାରର ତାଲିକା ଅଛି ବୋଲି ଚାଲସ୍ ଗ୍ରୁମ୍ ରିପୋର୍ଟରେ ଉଲ୍ଲେଖ ଅଛି । ସେହିପରି ୧୯୦୫ ମସିହାର ତାଲିକା ଅଛି । ଭଗବତଦୟାଲ ଶର୍ମା ଯେଉଁ କମିଟି ଗଠନ କରିଥିଲେ ସେମାନେ ମଧ୍ୟ ତାଲିକା କରିଛନ୍ତି ଏବଂ ଶେଷରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ୨୦୧୮ ମସିହାରେ ଯେଉଁ ୧୭ ଜଣିଆ ଦଳ ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଆକଳନ କରିବାକୁ ଯାଇଥିଲେ ସେମାନେ ଭିତରକୁ ପଶିପାରିଲେ ନାହିଁ । କଣ ପାଇଁ ପସିପାରିଲେ ନାହିଁ? କାରଣ ତାଙ୍କ ପାଖରେ ଭିତରର ଘରର ଚାବି ନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ସେମାନେ ମନ୍ଦିର ଭିତର ଓ ବାହାର ଭଣ୍ଡାରକୁ ଯିବେ । ଢ଼ାଂଚା ଯାଂଚ କରିବେ । ଛାତରୁ ପାଣି ଗଳିବା, କାନ୍ଥରୁ ପାଣି ଝରିବା ଅଭିଯୋଗ ଥିଲା । ମରାମତି ପାଇଁ ଭାରତୀୟ ପ୍ରତ୍ନୋତତ୍ୱ ସଂସ୍ଥା ବିଶେଷଜ୍ଞ ମଣ୍ଡଳି ଯିବେ । ମରାମତି କିପରି କରାଯିବ । ସେମାନେ ଯାଇଥିଲେ କିନ୍ତୁ ଚାବି ନ ମିଳିବାରୁ ସେଠୁ ସେମାନେ ଫେରିଆସିଲେ । ଆମେ ଜାଣୁ ଶ୍ରୀମନ୍ଦିର ସତ୍ୱଲିପି ଅଛି । ଯେଉଁଥିରେ ତ୍ରି ସୁରକ୍ଷା ବାବଦରେ ଉଲ୍ଲେଖ ଅଛି । ତିନୋଟି ଚାବି ଅଛି । ଗୋଟିଏ ପରିଚାଳକ, ଗୋଟିଏ ନିଯୋଗ ନାହକ ଅନ୍ୟଟି ଭଣ୍ଡାର ମେକାପଙ୍କ ନାଁରେ ଯୋଡ଼ି ହୋଇ ଗୋଟିଏ ଗୁନ୍ଥାରେ ଅଛି । ମାତ୍ର କଂଚି ହଜିଲା ମିଳିଲା ନାହିଁ । ସେହିଦିନ ଠାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କିନ୍ତୁ କାର୍ଯ୍ୟକାରୀ ହେଲାନାହିଁ । ସରକାର ଗୋଟିଏ କମିଶନଅଫ ଇନକ୍ୱାରୀ ଆକ୍ଟରେ ନ୍ୟାୟମୂର୍ତି ରଘୁବିର ଦାସ କମିଟି ବସାଇଲେ । ତାଙ୍କର ରିପୋର୍ଟକୁ ସାବର୍ଜନୀନ କରାଗଲା ନାହିଁ କିନ୍ତୁ ତାଙ୍କ ରିପୋର୍ଟ ଅନୁସାରେ ସବୁ କାର୍ଯ୍ୟ ଗଠନ କରାଯାଉଛି ବୋଲି କୁହାଗଲା । ଏ କେଉଁ ନୀତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଯେଉଁଭଳି ଭାବେ ବିଭ୍ରାନ୍ତ କରାଯାଉଛି ତାହା ଅନ୍ଧକୁ ହାତୀ ଦେଖାଇଲା ପରି ଏବଂ କୁହାଯାଉଛି ଯେ ଯେତେବେଳେ ଗୁଣ୍ଡିଚା ରୁ ବାହୁଡ଼ା ମଧ୍ୟରେ ଶ୍ରୀ ମନ୍ଦିର ଖାଲି ଥାଏ ସେତେବେଳ ରତ୍ନ ଭଣ୍ଡାର ଖୋଲାଯାଏ । ୨୦୧୮ ମସିହାରେ ଉଚ୍ଚନ୍ୟାୟଳଙ୍କ ନିର୍ଦ୍ଦେଶ ସତ୍ୱେ ତାହା କାହିଁକି ଖୋଲାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଶ୍ରୀ ମନ୍ଦିର ପରିକଳ୍ପନା ଯୋଜନା ନାଁରେ ଯେଉଁ ମଠ, ମନ୍ଦିର କଳାପାହାଡ ଭଳି ଭାଙ୍ଗିଛନ୍ତି ତାର ପୂର୍ନବସତି ଏପର୍ଯ୍ୟନ୍ତ କାହିଁକି ସରକାର କରିନାହାନ୍ତି ଏବଂ କେବେ କରିବେ ତାହା ମଧ୍ୟ ସ୍ପଷ୍ଟ କରନ୍ତୁ । ୨୦୧୮ ମସିହା ମାର୍ଚ୍ଚ ତାରିଖ ପଂଚାୟତିରାଜ ଦିବସରେ ଆମ ଗାଁ ଆମ ବିକାଶ ଯୋଜନା କରାଗଲା । ଏ ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରତ୍ୟେକ ଗାଁ ସଶକ୍ତି ହେବ ବୋଲି କହିଲେ କିନ୍ତୁ ଦୁଃଖର କଥା ୫ ବର୍ଷପରେ ଏ ଯୋଜନାର ଫଳ କଣ? କାହିଁକି ଏ ଯୋଜନାର ଗାଁ ସଶକ୍ତ ହେଲା ନାହିଁ ତାର ଉତର ସରକାର ବା ବିଜୁଜନତା ଦଳ ଉତର ଦେବା ସକ୍ଷମ ନୁହଁନ୍ତି । ଆମ ଗାଁ ଆମ ବିକାଶ ଯୋଜନାର ନାମକୁ ପରିବର୍ତନ କରି ପୁଣି ଆଉ ଏକ ଭେଳିକି ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଏଇ କେଇଦିନ ହେଲା ଘୋଷଣ କଲେ । ଯୋଜନା ପରେ ଯୋଜନା କିନ୍ତୁ ଗୋଟିଏବି ଯୋଜନା ଓଡ଼ିଶାର ବିକାଶର ସହାୟକ କାହିଁକି ହେଉନାହିଁ । ଏହି ଯୋଜନା ମାଧ୍ୟମରେ ୪ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବ୍ୟୟ କରାଯିବା ପାଇଁ ଘୋଷଣା କରାଯାଇଛି । କିନ୍ତୁ ସମ୍ବିଧାନର ୭୩ତମ ସଂଶୋଧନ ଆଇନକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରି ପଂଚାୟତରାଜ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉପେକ୍ଷା କରି ବିଡିଓମାନଙ୍କ ମାଧ୍ୟମରେ ଖର୍ଚ୍ଚ କରାଯାଉଛି । ବିଜୁ ଜନତା ଦଳ ଗାଁର ବିକାଶ ପରିବର୍ତେ ଦଳୀୟ ପାଣ୍ଠି ଯୋଗାଡ଼ କରିବାପାଇଁ ଏହି ଯୋଜନା କରାଯାଇଛି କିନ୍ତୁ ଗାଁର ବିକାଶର ଚିନ୍ତା ଏମାନଙ୍କର ରକ୍ତରେ ନାହିଁ । ସୁପ୍ରିମକୋର୍ଟର ନିଷ୍ପତି ଆଳରେ ପୁରୀର ୮୦ ହଜାର ପରିବାରଙ୍କୁ ତାଙ୍କ ଜମିର ସ୍ୱତ ଅଧିକାର ଯାହାକୁ ରେକର୍ଡ ଅଫ ରାଇଟ୍ସ କୁହାଯାଉଛି ତାକୁ ତୁରନ୍ତ ପ୍ରଦାନ କରନ୍ତୁ । ବର୍ଷ ବର୍ଷ ଧରି ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ତାଙ୍କୁ ପଟା ଦିଆଯାଉ ନାହିଁ କାହିଁକି? ବେଦାନ୍ତକୁ ଜମି ଯୋଗାଇ ଦିଆଯାଉଛି, ଟାଟାକୁ ହୋଟେଲ କରିବାକୁ ଜମି ଯୋଗାଇ ଦିଆଯାଉଛି କିନ୍ତୁ ଗରିବ ଭୂମିହୀନ ସେବାୟତମାନଙ୍କୁ ଜମି ଚାଖଣ୍ଡେ ଯୋଗାଇ ଦିଆଯାଇ ପାରୁ ନାହିଁ । ଏ ହେଉଛି ଏ ସରକାରଙ୍କର ରାଜ୍ୟବାସୀଙ୍କ ପ୍ରତି କର୍ତବ୍ୟ ଓ ଉତର ଦାୟୀତ୍ୱ । ପୁରୀ ଜିଲ୍ଲାର ଚାଷୀ ଭାଇ ମାନଙ୍କ ପାଖରୁ ବେଦାନ୍ତ ଯେଉଁ ଜମି ଅଧିଗ୍ରହଣ କରିଛି ସେ ସମସ୍ତ ଜମିକୁ ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କୁ ଫେରାଇବାର ସସସ୍ତ ଦାୟୀତ୍ୱ ନିଅନ୍ତୁ । ଅତି ଦୁଃଖର କଥା ଯେଉଁ କମ୍ପାନୀ ଗୋଟିଏ ସ୍କୁଲ କରି ନାହିଁ ସେ କମ୍ପାନୀ ପାଇଁ ଏ ରାଜ୍ୟ ସରକାର ଜମି ଦଲାଲି କାହିଁକି କରୁଥିଲେ? ଏହା କ’ଣ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଥିଲା କି? ଏହାର ଉତର ସରକାର ରଖନ୍ତୁ । ଉପରୋକ୍ତ ଦାବିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଏବଂ ପୁରୀ ଜିଲ୍ଲା ପକ୍ଷରୁ ଆସନ୍ତା ୧୬ ତାରିଖ ଦିନ ପୁରୀରେ ଶୋଭାଯାତ୍ରା କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟୀରାମ ପଟ୍ଟନାୟକ, ଅମିୟ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Powered by Froala Editor

Tags opcc , congress , pradesh congress , odisha congress , Sarat Pattanayak

Related articles Odisha News Lens 4.1

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ଷଷ୍ଠ  ଶ୍ରେଣୀ ପିଲାଙ୍କୁ ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ଷଷ୍ଠ ଶ୍ରେଣୀ ପିଲାଙ୍କୁ ...

    14433
    Sep 29, 2026
  • ଇ-ଚାଲାଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଇ-ଚାଲାଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ, ଜାଣନ୍ତୁ କ’ଣ ?

    15612
    Sep 29, 2026
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14802
    Sep 28, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍
    ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14138
    Sep 28, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15620
    Sep 27, 2026
  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    14100
    Sep 28, 2026
  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର
    ଦେଶ-ଦେଶାନ୍ତର

    ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର

    14336
    Sep 29, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14785
    Sep 28, 2026
  •  ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ
    ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    14001
    Sep 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇ-ଚାଲାଣ ଆଦାୟ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ, ଜାଣନ୍ତୁ କ’ଣ ?

    15612
    Sep 29, 2026
  • ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14138
    Sep 28, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ଷଷ୍ଠ ଶ୍ରେଣୀ ପିଲାଙ୍କୁ ବାଧ୍ୟତାମୂଳକ ତ୍ରିଭାଷା ଶିକ୍ଷା ନୀତିରୁ ବାଦ୍‌ ...

    14433
    Sep 29, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17136
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17826
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17792
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18205
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    14875
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13937
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15716
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15282
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14656
    Sep 18, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14301
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15945
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14434
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15626
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14802
    Sep 28, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14785
    Sep 28, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ମୋଦୀ

    15620
    Sep 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In