Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 24, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ ...

  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ ...

  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ...

  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ...

  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ...

  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ...

  • ରାସନ୍‌ ଦୋକାନରେ ହଙ୍ଗାମା: ଗେଟ୍‌ ଭାଙ୍ଗି ...

ରାଜନୀତି
Home ›› ରାଜନୀତି ››ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା

ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା

2023-10-12 08:40:18
13614
Share:
Facebook
Twitter
E-Mail
WhatsApp
Telegram
ଆସନ୍ତା ୧୬ ତାରିଖରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀକ୍ଷେତ୍ରରେ ଶୋଭାଯାତ୍ରା

ଭୁବନେଶ୍ୱର  : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ନବୀନ ସରକାର ଦ୍ୱାରା ଓଡ଼ିଆ ଜାତିର ଆରଧ୍ୟ୍ୟ ଦେବତା ତଥା ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ପ୍ରତି କରାଯାଇଥିବା ଅସମ୍ମାନ ଏବଂ ଅନୀତି କାର୍ଯ୍ୟକୁ ଘୋର ନିନ୍ଦା କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବନ୍ଦ ରହିଥିବା ପୁରୀ ମନ୍ଦିରର ଚାରି ଦ୍ୱାରକୁ ସାରା ଓଡ଼ିଶା ଏବଂ ବିଶ୍ୱର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ଖୋଲାଯାଉ । ଯାହାଦ୍ୱାରା ଆଗାମୀ କାର୍ତିକ ମାସରେ ସେଠାରେ ହବିସିଆଳିଙ୍କ ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କର ଦର୍ଶନ ସୁବିଧାରେ ପାଇବେ । ଚାରି ଦ୍ୱାର ଖୋଲିବା ହିଁ ପ୍ରଦେଶ କଂଗ୍ରେସର ଦାବି । ଏ ସଂକ୍ରାନ୍ତରେ ପୂର୍ବରୁ ପୁରୀ ଜିଲ୍ଲା କଂଗ୍ରେସ ତା’ର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ କରିଛି । ସରକାର ଜଗନ୍ନାଥ ପ୍ରେମୀଙ୍କ ବିଶ୍ୱାସ ଓ ଭାବାବେଗ ସହିତ ନ ଖେଳିବା ପାଇଁ ଶ୍ରୀ ପଟ୍ଟନାୟକ ଚେତାବନି ଦେଇଛନ୍ତି । ସେମାନଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ଲୋକେ ଲମ୍ବା ଧାଡ଼ି କରି ଖରାରେ ଠିଆ ହୋଇଛନ୍ତି । ସାରା ଦେଶ ଏବଂ ବିଶ୍ୱରୁ ଭକ୍ତ ଆସି  ଏଥିପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେହିପରି ରତ୍ନାଭଣ୍ଡାର ଖୋଲିବା ପ୍ରସଙ୍ଗରେ ସାଧାରଣ ଜନତାଙ୍କୁ ବିଭ୍ରାନ୍ତ କରାଯାଉଛି । ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଇ ଏହାର ଗଣତି,ମଣତି ଓ ମରାମତି କାର୍ଯ୍ୟ ତୁରନ୍ତ କରାଯାଉ । ପରିକ୍ରମା ପ୍ରକଳ୍ପ ସହ ଚାରିଦ୍ୱାର ଖୋଲା କାର୍ଯ୍ୟକ୍ରମକୁ ସଂଯୁକ୍ତ କରାନଯାଉ । ଆସନ୍ତା ୧୬ ତାରିଖରେ ଏହି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଏବଂ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ଦିବା ୧୦ ଘଟିକା ସମୟରେ ପୁରୀ ଠାରେ ଅନୁଷ୍ଠିତ ହେବ । କଂଗ୍ରେସର ଦାବି ଯାହାକି ଓଡ଼ିଶା, ଭାରତ ଏବଂ ବିଶ୍ୱର ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଦାବି ସେ ସଂପର୍କରେ ଏକ ସ୍ମାରକ ପତ୍ର ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ । ଦାବି ପୂରଣ ନ ହେଲେ କଂଗ୍ରେସ ଦଳ ଏହାର ପରବର୍ତି କାର୍ଯ୍ୟକ୍ରମ ଧାର୍ଯ୍ୟ କରିବ ବୋଲି ପିସିସି ସଭାପତି ଶ୍ରୀପଟନାୟକ ସୂଚନା ଦେଇଛନ୍ତି ।  

ଏହି ସାମ୍ବାଦିକ ସମ୍ମଳୀନରେ ଯୋଗ ଦେଇ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟ ସରକାର କାର୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲନ୍ତୁ । ହବିଶିଆଳୀ ମାନଙ୍କ ସମସ୍ୟା ଉପରେ ଦୃଷ୍ଟିପାତ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଯଦି ମନ୍ଦିରର ଚାରି ଦ୍ୱାର ଉନ୍ନକ୍ତ କରା ନଯାଏ ତେବେ ହବିଶିଆଳୀମାନେ ନାହିଁ ନଥିବାର ଅସୁବିଧା ଭୋଗ କରିବେ । ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଉପରେ ଶ୍ରୀ ହରିଚନ୍ଦନ ଗୁରୁତ୍ୱଆରୋପ କରିଥିଲେ । ସେ କହିଥିଲେ ବହୁ ପୂର୍ବରୁ ଏହି ଗଣତି କାର୍ଯ୍ୟ ହୋଇଆସିଛି । ୧୮୦୩ ମସିହାରେ ଇଂରେଜମମାନେ ଆସିଲା ପରେ ୧୮୦୫ ମସିହା ରତ୍ନଭଣ୍ଡାରରେ ଥିବା ସମସ୍ତ ଧନରତ୍ନ ଓ ଅଳଙ୍କାରର ତାଲିକା ଅଛି ବୋଲି ଚାଲସ୍ ଗ୍ରୁମ୍ ରିପୋର୍ଟରେ ଉଲ୍ଲେଖ ଅଛି । ସେହିପରି ୧୯୦୫ ମସିହାର ତାଲିକା ଅଛି । ଭଗବତଦୟାଲ ଶର୍ମା ଯେଉଁ କମିଟି ଗଠନ କରିଥିଲେ ସେମାନେ ମଧ୍ୟ ତାଲିକା କରିଛନ୍ତି ଏବଂ ଶେଷରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ୨୦୧୮ ମସିହାରେ ଯେଉଁ ୧୭ ଜଣିଆ ଦଳ ରତ୍ନ ଭଣ୍ଡାରର ରତ୍ନ ଅଳଙ୍କାର ଆକଳନ କରିବାକୁ ଯାଇଥିଲେ ସେମାନେ ଭିତରକୁ ପଶିପାରିଲେ ନାହିଁ । କଣ ପାଇଁ ପସିପାରିଲେ ନାହିଁ? କାରଣ ତାଙ୍କ ପାଖରେ ଭିତରର ଘରର ଚାବି ନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ସେମାନେ ମନ୍ଦିର ଭିତର ଓ ବାହାର ଭଣ୍ଡାରକୁ ଯିବେ । ଢ଼ାଂଚା ଯାଂଚ କରିବେ । ଛାତରୁ ପାଣି ଗଳିବା, କାନ୍ଥରୁ ପାଣି ଝରିବା ଅଭିଯୋଗ ଥିଲା । ମରାମତି ପାଇଁ ଭାରତୀୟ ପ୍ରତ୍ନୋତତ୍ୱ ସଂସ୍ଥା ବିଶେଷଜ୍ଞ ମଣ୍ଡଳି ଯିବେ । ମରାମତି କିପରି କରାଯିବ । ସେମାନେ ଯାଇଥିଲେ କିନ୍ତୁ ଚାବି ନ ମିଳିବାରୁ ସେଠୁ ସେମାନେ ଫେରିଆସିଲେ । ଆମେ ଜାଣୁ ଶ୍ରୀମନ୍ଦିର ସତ୍ୱଲିପି ଅଛି । ଯେଉଁଥିରେ ତ୍ରି ସୁରକ୍ଷା ବାବଦରେ ଉଲ୍ଲେଖ ଅଛି । ତିନୋଟି ଚାବି ଅଛି । ଗୋଟିଏ ପରିଚାଳକ, ଗୋଟିଏ ନିଯୋଗ ନାହକ ଅନ୍ୟଟି ଭଣ୍ଡାର ମେକାପଙ୍କ ନାଁରେ ଯୋଡ଼ି ହୋଇ ଗୋଟିଏ ଗୁନ୍ଥାରେ ଅଛି । ମାତ୍ର କଂଚି ହଜିଲା ମିଳିଲା ନାହିଁ । ସେହିଦିନ ଠାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ କିନ୍ତୁ କାର୍ଯ୍ୟକାରୀ ହେଲାନାହିଁ । ସରକାର ଗୋଟିଏ କମିଶନଅଫ ଇନକ୍ୱାରୀ ଆକ୍ଟରେ ନ୍ୟାୟମୂର୍ତି ରଘୁବିର ଦାସ କମିଟି ବସାଇଲେ । ତାଙ୍କର ରିପୋର୍ଟକୁ ସାବର୍ଜନୀନ କରାଗଲା ନାହିଁ କିନ୍ତୁ ତାଙ୍କ ରିପୋର୍ଟ ଅନୁସାରେ ସବୁ କାର୍ଯ୍ୟ ଗଠନ କରାଯାଉଛି ବୋଲି କୁହାଗଲା । ଏ କେଉଁ ନୀତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଓଡ଼ିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ଯେଉଁଭଳି ଭାବେ ବିଭ୍ରାନ୍ତ କରାଯାଉଛି ତାହା ଅନ୍ଧକୁ ହାତୀ ଦେଖାଇଲା ପରି ଏବଂ କୁହାଯାଉଛି ଯେ ଯେତେବେଳେ ଗୁଣ୍ଡିଚା ରୁ ବାହୁଡ଼ା ମଧ୍ୟରେ ଶ୍ରୀ ମନ୍ଦିର ଖାଲି ଥାଏ ସେତେବେଳ ରତ୍ନ ଭଣ୍ଡାର ଖୋଲାଯାଏ । ୨୦୧୮ ମସିହାରେ ଉଚ୍ଚନ୍ୟାୟଳଙ୍କ ନିର୍ଦ୍ଦେଶ ସତ୍ୱେ ତାହା କାହିଁକି ଖୋଲାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ଶ୍ରୀ ମନ୍ଦିର ପରିକଳ୍ପନା ଯୋଜନା ନାଁରେ ଯେଉଁ ମଠ, ମନ୍ଦିର କଳାପାହାଡ ଭଳି ଭାଙ୍ଗିଛନ୍ତି ତାର ପୂର୍ନବସତି ଏପର୍ଯ୍ୟନ୍ତ କାହିଁକି ସରକାର କରିନାହାନ୍ତି ଏବଂ କେବେ କରିବେ ତାହା ମଧ୍ୟ ସ୍ପଷ୍ଟ କରନ୍ତୁ । ୨୦୧୮ ମସିହା ମାର୍ଚ୍ଚ ତାରିଖ ପଂଚାୟତିରାଜ ଦିବସରେ ଆମ ଗାଁ ଆମ ବିକାଶ ଯୋଜନା କରାଗଲା । ଏ ପ୍ରଚାର ସର୍ବସ୍ୱ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରତ୍ୟେକ ଗାଁ ସଶକ୍ତି ହେବ ବୋଲି କହିଲେ କିନ୍ତୁ ଦୁଃଖର କଥା ୫ ବର୍ଷପରେ ଏ ଯୋଜନାର ଫଳ କଣ? କାହିଁକି ଏ ଯୋଜନାର ଗାଁ ସଶକ୍ତ ହେଲା ନାହିଁ ତାର ଉତର ସରକାର ବା ବିଜୁଜନତା ଦଳ ଉତର ଦେବା ସକ୍ଷମ ନୁହଁନ୍ତି । ଆମ ଗାଁ ଆମ ବିକାଶ ଯୋଜନାର ନାମକୁ ପରିବର୍ତନ କରି ପୁଣି ଆଉ ଏକ ଭେଳିକି ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଏଇ କେଇଦିନ ହେଲା ଘୋଷଣ କଲେ । ଯୋଜନା ପରେ ଯୋଜନା କିନ୍ତୁ ଗୋଟିଏବି ଯୋଜନା ଓଡ଼ିଶାର ବିକାଶର ସହାୟକ କାହିଁକି ହେଉନାହିଁ । ଏହି ଯୋଜନା ମାଧ୍ୟମରେ ୪ ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷରୁ ବ୍ୟୟ କରାଯିବା ପାଇଁ ଘୋଷଣା କରାଯାଇଛି । କିନ୍ତୁ ସମ୍ବିଧାନର ୭୩ତମ ସଂଶୋଧନ ଆଇନକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରି ପଂଚାୟତରାଜ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉପେକ୍ଷା କରି ବିଡିଓମାନଙ୍କ ମାଧ୍ୟମରେ ଖର୍ଚ୍ଚ କରାଯାଉଛି । ବିଜୁ ଜନତା ଦଳ ଗାଁର ବିକାଶ ପରିବର୍ତେ ଦଳୀୟ ପାଣ୍ଠି ଯୋଗାଡ଼ କରିବାପାଇଁ ଏହି ଯୋଜନା କରାଯାଇଛି କିନ୍ତୁ ଗାଁର ବିକାଶର ଚିନ୍ତା ଏମାନଙ୍କର ରକ୍ତରେ ନାହିଁ । ସୁପ୍ରିମକୋର୍ଟର ନିଷ୍ପତି ଆଳରେ ପୁରୀର ୮୦ ହଜାର ପରିବାରଙ୍କୁ ତାଙ୍କ ଜମିର ସ୍ୱତ ଅଧିକାର ଯାହାକୁ ରେକର୍ଡ ଅଫ ରାଇଟ୍ସ କୁହାଯାଉଛି ତାକୁ ତୁରନ୍ତ ପ୍ରଦାନ କରନ୍ତୁ । ବର୍ଷ ବର୍ଷ ଧରି ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ତାଙ୍କୁ ପଟା ଦିଆଯାଉ ନାହିଁ କାହିଁକି? ବେଦାନ୍ତକୁ ଜମି ଯୋଗାଇ ଦିଆଯାଉଛି, ଟାଟାକୁ ହୋଟେଲ କରିବାକୁ ଜମି ଯୋଗାଇ ଦିଆଯାଉଛି କିନ୍ତୁ ଗରିବ ଭୂମିହୀନ ସେବାୟତମାନଙ୍କୁ ଜମି ଚାଖଣ୍ଡେ ଯୋଗାଇ ଦିଆଯାଇ ପାରୁ ନାହିଁ । ଏ ହେଉଛି ଏ ସରକାରଙ୍କର ରାଜ୍ୟବାସୀଙ୍କ ପ୍ରତି କର୍ତବ୍ୟ ଓ ଉତର ଦାୟୀତ୍ୱ । ପୁରୀ ଜିଲ୍ଲାର ଚାଷୀ ଭାଇ ମାନଙ୍କ ପାଖରୁ ବେଦାନ୍ତ ଯେଉଁ ଜମି ଅଧିଗ୍ରହଣ କରିଛି ସେ ସମସ୍ତ ଜମିକୁ ରାଜ୍ୟ ସରକାର ତୁରନ୍ତ ଚାଷୀମାନଙ୍କୁ ଫେରାଇବାର ସସସ୍ତ ଦାୟୀତ୍ୱ ନିଅନ୍ତୁ । ଅତି ଦୁଃଖର କଥା ଯେଉଁ କମ୍ପାନୀ ଗୋଟିଏ ସ୍କୁଲ କରି ନାହିଁ ସେ କମ୍ପାନୀ ପାଇଁ ଏ ରାଜ୍ୟ ସରକାର ଜମି ଦଲାଲି କାହିଁକି କରୁଥିଲେ? ଏହା କ’ଣ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଥିଲା କି? ଏହାର ଉତର ସରକାର ରଖନ୍ତୁ । ଉପରୋକ୍ତ ଦାବିକୁ ନେଇ ପ୍ରଦେଶ କଂଗ୍ରେସ କମିଟି ଏବଂ ପୁରୀ ଜିଲ୍ଲା ପକ୍ଷରୁ ଆସନ୍ତା ୧୬ ତାରିଖ ଦିନ ପୁରୀରେ ଶୋଭାଯାତ୍ରା କରାଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟୀରାମ ପଟ୍ଟନାୟକ, ଅମିୟ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ସୁଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Powered by Froala Editor

Tags opcc , congress , pradesh congress , odisha congress , Sarat Pattanayak

Related articles Odisha News Lens 4.1

  • ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ
    ଦେଶ-ଦେଶାନ୍ତର

    ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ଶପଥ : ଖାମନେଇ

    14658
    Jun 23, 2025
  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...
    ଦେଶ-ଦେଶାନ୍ତର

    ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ...

    15395
    Jun 23, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ
    ବିଶେଷ

    ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14834
    Jun 24, 2025
  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ
    ମନୋରଞ୍ଜନ

    ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ

    14834
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?
    ବିଶେଷ

    ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13855
    Jun 24, 2025
  • ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ
    ମନୋରଞ୍ଜନ

    ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13791
    Jun 24, 2025
  • ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...
    ଦେଶ-ଦେଶାନ୍ତର

    ଆକ୍ସିଓମ୍-୪ ମିଶନ୍: ଆସନ୍ତାକାଲି ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ ଶୁଭାଂଶୁ ...

    14049
    Jun 24, 2025
  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...
    ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13853
    Jun 24, 2025
  • ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ
    ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13485
    Jun 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13853
    Jun 24, 2025
  • ମନୋରଞ୍ଜନ

    ଦଲଜିତଙ୍କ ସହ ହାନିଆଙ୍କୁ ଦେଖି ଖପ୍ପା ହେଲେ ଦର୍ଶକ

    13791
    Jun 24, 2025
  • ଦେଶ-ଦେଶାନ୍ତର

    ଇରାନ-ଇସ୍ରାଏଲ ଯୁଦ୍ଧ ବନ୍ଦ

    13485
    Jun 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16707
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17013
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15508
    Apr 03, 2021

ବିଶେଷ

  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    14834
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    13855
    Jun 24, 2025
  • ରାତିରେ ଏହି ଖାଦ୍ୟ ଖାଇଲେ ଭୋଗିବେ ସାଂଘାତିକ ଅବସ୍ଥା

    15758
    Jun 23, 2025
  • ଶରୀରରେ ଆଲର୍ଜି ହେବାକୁ ଦେଇ ନଥାଏ କଲରା

    15084
    Jun 23, 2025
  • ହଠାତ୍‌ କୋଟିପତି ହୋଇଥାନ୍ତି ଏହି ରାଶି

    15955
    Jun 22, 2025

ବାଣିଜ୍ୟ

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ...

  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    14998
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14821
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14823
    Jun 19, 2025
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13793
    Jun 17, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସନ୍ଧ୍ୟାରେ ବୁଲିବାକୁ ଯାଇ ହଜିଗଲେ ବୃଦ୍ଧ, ୧୪ ମାସ ପରେ ଏମିତି ମିଳିଲେ...

    13853
    Jun 24, 2025
  • ଝିଅର ନିଟ୍‍ ପରୀକ୍ଷାରେ ମାର୍କ କମ୍‍ ଥିଲା ବୋଲି ନୃସଂଶ ଭାବେ ପିଟି ପିଟି ହତ୍ୟା କଲେ ବାପା

    15395
    Jun 23, 2025
  • ‘ରେଟ୍ରୋ’ ଅଡିଓ ଲଞ୍ଚ ବେଳେ ବିଜୟ ଦେଇଥିଲେ ବିବାଦୀୟ ବୟାନ, ଏବେ ମାମଲା ରୁଜୁ

    14834
    Jun 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In