Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ...

  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ...

  • ୪୩୦୦ ଖସିଲା ସୁନା ଦର

  • ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ...

  • ବିବାଦ ପରେ ଇନଷ୍ଟା ଆକାଉଣ୍ଟ ଡିଲିଟ କଲେ ...

  • ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ...

  • ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ...

  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ...

  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ...

Home ›› ››ମାଲ୍‌କାନାଗିରିସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ

ମାଲ୍‌କାନାଗିରିସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ

2023-10-06 08:22:12
14203
Share:
Facebook
Twitter
E-Mail
WhatsApp
Telegram
ମାଲ୍‌କାନାଗିରିସ୍ଥିତ ଦଣ୍ଡକାରଣ୍ୟ ପଡ଼ିଆରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ

ଭୁବନେଶ୍ୱର  : ଗତକାଲି ୧୦ ଘଂଟା ସମୟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜୟପୁର ସହର ପରିକ୍ରମ କରିଥିଲା । ଏହି ରାଲିରେ ଜୟପୁରର ଯୁବକ, ଛାତ୍ର, ମହିଳା, ବ୍ୟବସାୟୀ,ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ଏହାପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜୟପୁରରୁ ମାଲକାନାଗିରି ଯିବା ରାସ୍ତାରେ ବୈପାରିଗୁଡ଼ା, ଗୋବିନ୍ଦପାଲ୍ଲି, ମାଥିଲି, ପାଙ୍ଗାମ, ପାଣ୍ଡିରିପାଣି ଓ ପଦ୍ମଗିରି ଜଙ୍କସନ ଠାରେ ଏକତ୍ରିତ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିଥିଲେ ଏବଂ ଉପସ୍ଥିତି କର୍ମୀମାନେ ମଧ୍ୟ ପିସିସି ସଭାପତି ଓ କର୍ମକର୍ତାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଦେଇଥିଲେ । ମାଥିଲି ଥାନା ଠାରେ ଅବସ୍ଥିତ ସହୀସ ସ୍ମୃତି ସ୍ତମ୍ବରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମାଲ୍ୟାର୍ପଣ କରାଯାଇଥିଲା । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ମାଲକାନାଗିରି ସହର ପରିକ୍ରମା କରି ଦଣ୍ଡକାରଣ୍ୟ ପଡ଼ିଆଠାର ଆୟୋଜିତ “ମୁଳନିବାସୀ ଜାଗରଣ ସମାବେଶ”ରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ.ଚେଲ୍ଲା କୁମାର କହିଥିଲେ ଯେ ମାଲକାନଗିରି ଜିଲ୍ଲା ନୀତିଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ସବୁଠାରୁ ଗରିବ ଜିଲ୍ଲା । ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ । ମାଲକାନଗିରି ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ୧୯୭ ଟି ଡାକ୍ତର ପଦବୀରୁ ୮୮ ଟି ଖାଲି ପଡ଼ିଛି । ସ୍ୱାସ୍ଥ୍ୟସେବାରେ ଭିତିଭୂମିର ଘୋର ଅଭାବ । ତେଣୁ ଏଠିକାର ଲୋକେ ନିମ୍ନତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ । ଉଭୟ ନବୀନ ଓ ମୋଦୀ ସରକାର ଆଦିବାସୀ ଓ ଦଳୀତ ଲୋକଙ୍କର ଶତୃୁ । ଆଦିବାସୀ ଦଳୀତ ଲୋକଙ୍କ ପାଇଁ ଏହି ଦୁଇ ସରକାରଙ୍କର ସ୍ୱତନ୍ତ୍ର ଯୋଜନା ନାହିଁ । କଳିଙ୍ଗନଗରରେ ଆଦିବାସୀ ଗଣହତ୍ୟା ଘଟଣା ନବୀନ ସରକାରଙ୍କର ଆଦିବାସୀ ବିରୋଧି ମନୋଭାବକୁ ସ୍ପଷ୍ଟ କରେ । ବେଦାନ୍ତ ଦ୍ୱାରା ଅନୁଗୃହିତ ହୋଇ ନବୀନ ସରକାର ନିୟମଗିରି ପାହାଡ଼ରୁ ଆଦିବାସୀମାନଙ୍କୁ ତଡିଦେଉଥିବାବେଳେ ଆଦିବାସୀ ମାନଙ୍କ ପାଇଁ ମନମୋହନ ସିଂ ସରକାର ଏବଂ ସୋନିଆ ଗାନ୍ଧୀ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରିଥିଲେ । ଯାହାଦ୍ୱାରା ଆଦିବାସୀମାନଙ୍କୁ ତାଙ୍କର ଭିଟାମାଟିରୁ ଏବଂ ଅଧିକାରରୁ କେହି ବଂଚିତ କରିପାରିବେ ନାହିଁ । ମାତ୍ର ଏହି ଜଙ୍ଗଲ ଅଧିକାର ଆଇନକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାରେ ନବୀନ ସରକାର ଉଦାସିନ । ନିୟମଗିରିଠାରେ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ ଯେ, ସେ ହେଉଛନ୍ତି ଆଦିବାସୀମାନଙ୍କର ସିପାହୀ ।


ଦୀର୍ଘ ୨୪ ବର୍ଷର ନବୀନ ସରକାର ମାଲାକାନ୍‌ଗିରି ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । କଂଗ୍ରେସ ମାଲ୍‌କାନାଗିରି ଜିଲ୍ଲାରେ ଜଳସେଚନ ପାଇଁ ପୋଟେରୁ ପ୍ରୋଜେକ୍ଟ କରିଥିବାବେଳେ ନବୀନ ସରକାର ଦୀର୍ଘ ୨୩ ବର୍ଷରେ କରିଛନ୍ତି କ’ଣ? ଡଃ ଏ. ଚେଲ୍ଲା କୁମାର କହିଥିଲେ ଯେ, ୨୩ ବର୍ଷର ମୁଖ୍ୟମନ୍ତ୍ରୀ ନିଜର ମାତୃଭାଷା କହିନଥିବା ଦୁର୍ଭାଗ୍ୟଜନକ । ଯିଏ ମାତୃଭାଷା କହିପାରୁନାହାନ୍ତି ବା ମାତୃଭାଷା ଶିକ୍ଷିବାର ଯାହାଙ୍କର ଆଗ୍ରହ ନାହିଁ, ସିଏ ମାତୃଭୂମିର ଲୋକଙ୍କ କଥା ବୁଝିବେ କିପରି? ‘କେବଳ ଆପଣମାନେ ଖୁସି ତ’ କହି ମୁଖ୍ୟମନ୍ତ୍ରୀ ନବୀନ ବାବୁ ନିଜ ଦାୟିତ୍ୱ ସମ୍ପାଦିକ କରିଛନ୍ତି ବୋଲି ଭାବୁଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ମାଲ୍‌କାନାଗିରି ଜିଲ୍ଲାର ଦୂରାବସ୍ଥାର ପରିର୍ବତନ ହେବ । ଏଠିକାର ବେକାର ଯୁବକ ନ୍ୟାୟ ଓ ନିଯୁକ୍ତି ପାଇବେ । ନବୀନ ଓ ମୋଦୀ ସରକାର ଦ୍ୱାରା ଅତ୍ୟାଚାରିତ ମାଲ୍‌କାନାଗିରି ଅଧିବାସୀ ଚଳିତ ରାଜନୈତିକ ସ୍ଥିତିର ପରିବର୍ତନ ପାଇଁ ଅଂଟା ଭିଡ଼ନ୍ତୁ ।


ଏହି ସମାବେଶରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ, ୨୦୨୪ ବର୍ଷ ଓଡ଼ିଶାର କଂଗ୍ରେସର ବର୍ଷ ହେବ । ଉଭୟ ନବୀନ ଓ ମୋଦୀ ସରକାର ଫମ୍ପା ପ୍ରତିଶ୍ରୁତିକୁ ଲୋକେ ବୁଝିସାରିଲେଣି । ମାଲ୍‌କାନାଗିରି ଜିଲ୍ଲାରେ ଯାହାବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହୋଇଥିଲା । ବିକାଶ କ୍ଷେତ୍ରରେ ନବୀନ ସରକାର ଗୋଟିଏ ପାଦ ଆଗେଇ ପାରିନାହିଁ । ମାଲ୍‌କାନାଗିରି ଜିଲ୍ଲାର ଯୁବକ, ଛାତ୍ର, ମହିଳା ଓ କୃଷକ ବିଶେଷ କରି ସାଧାରଣ ଜନତା ନବୀନ ଓ ମୋଦୀ ସରକାର ଉଦାସିନତାରେ ଶିକାର । ବନବାସୀ ଏବଂ ପାହାଡ଼ ଓ ପର୍ବତ ଉପରେ ରହୁଥିବା ଗାଁ ଗଣ୍ଡାରେ ପ୍ରଶାସନ ଆଦୌ ପହଂଚିପାରୁନାହିଁ । ମାଲ୍‌କାନାଗିରିବାସୀଙ୍କର ଯନ୍ତ୍ରଣାର ସ୍ୱର ଭୁବନେଶ୍ୱର କିମ୍ବା ଦିଲ୍ଲୀରେ ପହଂଚିପାରୁନାହିଁ । ଅନ୍ୟପକ୍ଷରେ ଲୋକେ ଯାହାଙ୍କୁ ଭୋଟ ଦେଉଛନ୍ତି ସେମାନଙ୍କର ଶାସନ କ୍ଷେତ୍ରରେ କିଛି କତୃତ୍ୱ ନାହିଁ । କେତେଜଣ ଅଫିସରଙ୍କ ଦ୍ୱାରା ନବୀନ ସରକାର ଚାଲିଛି । ଏଠି ଜନପ୍ରତିନିଧିମାନଙ୍କର ଅଧିକାରକୁ ଛଡ଼େଇ ନିଆଯାଉଛି । ତେବେ ଲୋକଙ୍କର ଦୁଃଖ ଶୁଣିବ କିଏ? କଂଗ୍ରେସ ସରକାର ଆସିଲେ ମାଲ୍‌କାନାଗିରିର ସାମଗ୍ରିକ ବିକାଶ ପାଇଁ ତା’ର କାର୍ଯ୍ୟକ୍ରମରେ ପ୍ରାଥମିକତା ଦେବ । ଓଡ଼ିଶାର ସାଧାରଣ ଜନତାଙ୍କୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇ ଦେବ । ଧାନ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୁଲ୍ୟ ପ୍ରଦାନ କରି ଚାଷିର ମେରୁଦଣ୍ଡଙ୍କୁ ସଶକ୍ତ କରାଯିବ । ଚାଷୀର ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ସହ ଜଳସେଚନ ଉପରେ ପ୍ରାଧାନ୍ୟ ଦିଆଯିବ । ମୂଳନିବାସୀମାନେ ବସବାସ କରୁଥିବା ଜାଗାର ଅଧିକାର ପ୍ରାପ୍ତି ହେବେ । ସମଗ୍ର ରାଜ୍ୟରେ ବେକାର ଯୁବକମାନଙ୍କୁ କର୍ମସଂସ୍ଥା ଯୋଗାଇ ଦିଆଯିବ । କେହିବି ଯୁବକ ନିଜର ଭାଗ୍ୟକୁ ଖୋଜିବା ପାଇଁ ଅନ୍ଧ୍ରା ଓ ସୁରଟ ଯିବେ ନାହିଁ । ମୋଦୀ ଓ ନବୀନ ସରକାର ଯେପରି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ଏବଂ ସମ୍ବିଧାନକୁ ଦୃର୍ବଳ କରୁଛନ୍ତି, ସେଭଳି ପରିସ୍ଥିତିକୁ କଂଗ୍ରେସ ସାଧାରଣ ଜନତାକୁ ମୁକ୍ତ କରିବ । ପଛୁଆବର୍ଗମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରାଯିବ । ନବୀନ ଓ ମୋଦୀ ସରକାରଙ୍କର ଦାଡ଼ନାକୁ ମୁକ୍ତି ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।


ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ କଂଗ୍ରେସ କମିଟିର ଅନସୂୁଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିଭାଗର କୋଅଡ଼ିନେଟର ଶ୍ରୀ କେ. ରାଜୁ ଯୋଗ ଦେଇ କହିଥିଲେ ଯେ, ଓଡ଼ିଶାରେ ଓବିସି କମିଶନଙ୍କ ରିପୋର୍ଟ ସନ୍ତୋଷ ଜନକ ନୁହେଁ, ଏହା ତରବରିଆ କରାଯାଇଛି । ଘର ଘର ବୁଲି ଏହି ରିପୋର୍ଟ ପ୍ରସ୍ତୁତ କରିବା ଉଚିତ୍ ଥିଲା । ବିଭିନ୍ନ ରାଜ୍ୟରେ ସରକାରୀ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲାବେଳେ ଓଡ଼ିଶାରେ ତାହାକୁ ୧୧.୫ ପ୍ରତିଶ୍ରୁୂତି ସଂରକ୍ଷଣ ଦେବା ଦୁର୍ଭାଗ୍ୟଜନକ ।


ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ମନ୍ତ୍ରୀ କାବାଶି ଲଛମା, ଏ.ଆଇ.ସି.ସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରାଜେଶ୍ ଲିଲୁଟିଆ ଓ ଜନଜାତି ବିଭାଗ ଅଧ୍ୟକ୍ଷ ଶିବାଜୀ ରାଓ ମୁଘେ,ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ।, ବିଧାୟକ ତାରା ପ୍ରସାଦ ବାହିନପତି, ଡଃ ଦେବାଶିଷ ପଟ୍ଟନାୟକ, ରମେଶ ଜେନା, ମୀନାକ୍ଷି ବାହିନପତି, ଦାସରଥି ଗମାଙ୍ଗୋ, ଭୂଜବଳ ମାଝୀ, ବାଙ୍କନିଧି ବେହେରା, ନିମେଇ ସରକାର, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ଟୁନା ମହାପାତ୍ର, ମାନସ ମଲ୍ଲୀକ, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ରତ୍ନମଣି ଉଲ୍ଲାକା, ବିଜୟାନନ୍ଦ ଚାଉଳୀଆ, ମାଲ୍ଲାମାଡ଼ି, ପର୍ଶୁରାମ ଭକ୍ତ, ଜି. ଶ୍ରୀନିବାସ ରାଓ, ଇସା ଖୋସଲା, ସନ୍ତୋଷ ପଟ୍ଟନାୟକ ଓ ମନୋଜ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଗୋବିନ୍ଦ ପାତ୍ର ସଭାପତିତ୍ୱ କରିବା ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Powered by Froala Editor

Tags opcc , congress , pradesh congress , odisha congress

Related articles Odisha News Lens 4.1

  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...
    ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...

    14932
    Jun 10, 2026
  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ
    ଦେଶ-ଦେଶାନ୍ତର

    ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13565
    Jun 10, 2026
  • ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ଇରାନ
    ଦେଶ-ଦେଶାନ୍ତର

    ପୁଣି ଥରେ ଉତ୍ତେଜନା, ହୋର୍ମୁଜ ବନ୍ଦ କଲା ଇରାନ

    13561
    Jun 11, 2026
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14875
    Jun 10, 2026
  • ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ସାୟୋନୀ ଘୋଷଙ୍କ ସମେତ ୧୯ ଜଣ ଲୋକସଭା ସାଂସଦ ...
    ରାଜନୀତି

    ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ସାୟୋନୀ ଘୋଷଙ୍କ ସମେତ ୧୯ ଜଣ ଲୋକସଭା ସାଂସଦ ...

    14917
    Jun 11, 2026
  • ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା
    ଦେଶ-ଦେଶାନ୍ତର

    ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା

    13922
    Jun 11, 2026
  • ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ରାଜ୍ୟସଭା ସଦସ୍ୟତାରୁ ସାଂସଦ ପ୍ରକାଶ ଚିକ୍ ବାରାଇକଙ୍କ ଇସ୍ତଫା

    13261
    Jun 11, 2026
  • ୪୩୦୦ ଖସିଲା ସୁନା ଦର
    ଦେଶ-ଦେଶାନ୍ତର

    ୪୩୦୦ ଖସିଲା ସୁନା ଦର

    14073
    Jun 11, 2026
  • ଗୁରୁ ରନ୍ଧାୱାଙ୍କ
    ମନୋରଞ୍ଜନ

    ଗୁରୁ ରନ୍ଧାୱାଙ୍କ "୨୪ ଆୱାର୍ସ ଫିଟନେସ୍" ଜିମ୍‌ରେ ଗୁଳିମାଡ଼

    14817
    Jun 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଓମାନ ଉପକୂଳରେ ଜାହାଜ ଆକ୍ରମଣ: ୩ ଜଣଙ୍କ ମିଳୁନି ପତ୍ତା

    13922
    Jun 11, 2026
  • ରାଜନୀତି

    ଶତ୍ରୁଘ୍ନ ସିହ୍ନା, ୟୁସୁଫ୍ ପଠାନ୍ ଏବଂ ସାୟୋନୀ ଘୋଷଙ୍କ ସମେତ ୧୯ ଜଣ ଲୋକସଭା ସାଂସଦ ମମତାଙ୍କ ହାତ ଛାଡ଼ିଲେ

    14917
    Jun 11, 2026
  • ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ଅରିଘାତରେ ମୁତୟନ କଲା ଭାରତ

    14932
    Jun 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16920
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17539
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17587
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17978
    Sep 06, 2023

ବିଶେଷ

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13502
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15383
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14175
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14067
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14996
    Jun 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15461
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15204
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15689
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14031
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13565
    Jun 10, 2026
  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ଅରିଘାତରେ ମୁତୟନ କଲା ଭାରତ

    14932
    Jun 10, 2026
  • ୪୩୦୦ ଖସିଲା ସୁନା ଦର

    14073
    Jun 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In