ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ
ଭୁବନେଶ୍ୱର : ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍ଆଇ ଆଲିଶ ନାରମି ଲୁଗୁନଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଓ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିବାବେଳେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟାବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିଛି। ସେହିପରି ସମସ୍ତ ଗାଡ଼ିମଟର ଚଳାଚଳ ମଧ୍ୟ ବନ୍ଦ ରହିଛି। ସକାଳୁ ସୁନ୍ଦରଗଡ଼ ସହରରେ ବିଜେପି ମହିଳା ମୋର୍ଚ୍ଚା ଓ ଦଳର କର୍ମକର୍ତ୍ତା ପିକେଟିଂ କରି ଛୋଟ ବଡ଼ ଦୋକାନଗୁଡ଼ିକୁ ବନ୍ଦ କରୁଥିବା ଦେଖାଯାଇଥିଲା।। ତେବେ ଜରୁରୀକାଳୀନ ସେବା ଖୋଲା ରହିଛି।
Powered by Froala Editor