ତ୍ୱଚା ପାଇଁ କେତେ ଲାଭଦାୟକ କାକୁଡି ଚୋପା ଜାଣନ୍ତୁ

ଅନେକ୍ ଲୋକ କାକୁଡି ଖାଇବା ପରେ କାକୁଡିର ଚୋପାକୁ ଫିଙ୍ଗି ଦେଇଥାନ୍ତି । ହେଲେ ହୁଏତ ସମସ୍ତଙ୍କୁ ଜଣା ନଥିବ ଯେ, କାକୁଡି ଚୋପାରେ ଅଧିକ ପରିମାଣରେ ଫାଇବର ରହିଥାଏ । ଏହା ସହିତ ଏଥିରେ ମିନେରାଲ୍ ମଧ୍ୟ ରହିଥାଏ । ଯାହା ତ୍ୱଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କାକୁଡି ଚୋପାର ଉପକାରିତା ସମ୍ପର୍କରେ । ସକାଳୁ ଉଠିବା ପରେ ଯଦି ଆଖିକୁ କଷ୍ଟ ହେଉଥାଏ, ତେବେ ଥଣ୍ଡା କାକୁଡିର ଚୋପା ନେଇ ଆଖି ଉପରେ ୧୦ ରୁ ୧୫ ମିନିଟ ଯାଏଁ ରଖିବା ଦ୍ୱାରା, ଏହା ଆଖିକୁ ଆରାମ୍ ପ୍ରଦାନ୍ କରିଥାଏ । କାକୁଡି ଚୋପାକୁ ଗ୍ରାଇଣ୍ଡିଂ କରି, ତାର ରସକୁ ତ୍ୱଚାରେ ଲଗାଇବା ଫଳରେ , ଏହା ତ୍ୱଚା ପାଇଁ ବହୁତ୍ ଲାଭଦାୟକ ହୋଇଥାଏ । ତ୍ୱଚାରୁ ଟ୍ୟାନିଙ୍ଗ୍ ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ତ୍ୱଚାରେ ପ୍ରାକୃତିକ ଫେସପ୍ୟାକ୍ ଭାବେ ମଧ୍ୟ କାକୁଡି ଚୋପାକୁ ବ୍ୟବହାର କରିପାରିବେ । କାକୁଡି ଚୋପାକୁ ଗ୍ରାଇଣ୍ଡିଂ କରି ସେଥିରେ ମହୁ ଏବଂ ଆଲୋଭେରା ଜେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାକୁ ତ୍ୱଚାରେ ଲଗାଇ ୧୫ ମିନିଟ ପରେ ତ୍ୱଚାକୁ ଧୋଇ ସଫା କରିବେ । ଏପରି କରିବା ଦ୍ୱାରା ଫଳାଫଳ ନିଜେ ଅନୁଭବ କରି ପାରିବେ ।
Powered by Froala Editor