ଗୋରୁ ବୋଝେଇ କଣ୍ଟେନର ଓଲଟିଲା: ୩୦ ଗୋରୁ ମୃତ
ରଗଡ଼ ଜିଲ୍ଲା ବରପାଲି – ଟିଙ୍ଗିପାଲି ଛକ ରୋଡ ନିକଟରେ ଏକ ଗାଈ ବୋଝେଇ କଣ୍ଟେନର ଓଲଟି ପଡ଼ିଛି । କଣ୍ଟେନର ଓଲଟି ୩୦ଟି ଗୋରୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ବରପାଲି ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଗାଡ଼ିଟି କେମିତି ଓଲଟିଲା ଏବଂ ଗାଡିରେ ଏତେବ ପରିମାଣରେ ଗୋରୁଙ୍କୁ ନେଇ କେଉଁଠିକୁ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଛି। ତେବେ ଗାଈ ଚୋରା ଚାଲାଣ ହେଉଥିବା ତଦନ୍ତରୁ ସୂଚନା ମିଳିଛି।
Powered by Froala Editor