ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ, ସରକାରୀ ଅଫିସ ପ୍ରବେଶରେ କଟକଣା ଜାରି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ଥିବାରୁ ସରକାରୀ ଅଫିସରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ନିଦେ୍ର୍ଧଶାନାମା ଜାରି କରାଯାଇଛି । ଭୁବନେଶ୍ୱର ଓ କଟକ ସହର ସମେତ ଯେଉଁ ଜିଲ୍ଲାରେ କୋଭିଡ ସଂକ୍ରମଣ ଅଧିକ ରହୁଛି, ସେଠାରେ ଏମିତି କଟକଣା ଲାଗୁ ହେବ । ଯଦି କୌଣସି ଜରୁରି କାମ ଥିବ, ତେବେ ଅଫିସର ବରିଷ୍ଠ ଅଧିକାରୀଙ୍କ ଅନୁମତି ନେଇ ସାଧାରଣ ଲୋକ ଭିତରକୁ ଯାଇପାରିବେ । ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଇ- ଅଭିଯୋଗ ପୋର୍ଟାଲର ବହୁଳ ବ୍ୟବହାର ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ସରକାରୀ ଅଫିସ ଗୁଡ଼ିକରେ ବୈଠକ ଯଥାସମ୍ଭବ କମ୍ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଯଦି ଅତ୍ୟନ୍ତ ଜରୁରି ନ ଥିବ ତେବେ ଅନଲାଇନ ମାଧ୍ୟମରେ ବୈଠକ କରିବାକୁ ପରାମର୍ଶ ଦିଆଯାଇଛି । ସିଧାସଳଖ ବୈଠକ ହେଉଥିଲେ ପରସ୍ପର ମଧ୍ୟରେ ଅତି କମ୍ରେ ୨ ମିଟର ବ୍ୟବଧାନ ରଖାଯିବା ବାଧ୍ୟତାମୂଳକ । ସମସ୍ତ ପ୍ରଶାସନିକ ବିଭାଗ ନିଜ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ କୋଭିଡ ନିୟମାବଳୀ ଠିକ ଭାବେ ପାଳନ କରିବା ପାଇଁ ନିଦେ୍ର୍ଧଶ ଦେବା ପାଇଁ କୁହାଯାଇଛି ।