ଭୁବନେଶ୍ୱରରେ ପହଞ୍ଚିଲା ବିଜୟଙ୍କ ମରଶରୀର
ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ଏହି ଅବସରରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ବିଜୟ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମରଶରୀରକୁ ବିଜୟଙ୍କ ଶାସ୍ତ୍ରୀନଗର ବାସଭବନକୁ ନିଆଯାଉଥିବାବେଳେ ସତ୍ୟନଗର ଶ୍ମଶାନରେ ରାଜ୍ୟ ସମ୍ମାନରେ ଶେଷକୃତ୍ୟ ହେବ ବୋଲି ଜଣାଯାଇଛି । କୋଭିଡ ନିୟମାବଳୀ ଭିତରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।
ପ୍ରକାଶ ଯେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ତଥା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ବିଜୟ ସାହୁଙ୍କ ଗୁରୁବାର ପରଲୋକ ଘଟିଥିଲା । ହାଇଦ୍ରାବାଦସ୍ଥ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ପରଲୋକ ନେଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଲୋକ ସମ୍ପର୍କ ଅଧିକାରୀ ସ୍ପଷ୍ଟ କରିଥିଲେ ।
କରୋନା ପରବର୍ତ୍ତୀ ଜଟିଳତା ନେଇ ବିଜୟ ସାହୁ ଗୁରୁତର ଥିଲେ । ତେଣୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହାଇଦ୍ରାବାଦ ପଠାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ପରଲୋକ ଘଟିଥିଲା ।
Powered by Froala Editor