ଏପରି ଉପାୟ କରନ୍ତୁ, ଆର୍ଥିକ ସଙ୍କଟରୁ ପାଇବେ ମୁକ୍ତି

ଟଙ୍କା ରୋଜଗାର କରିବା ପାଇଁ ଲୋକମାନେ ଦିନରାତି କଠିନ ପରିଶ୍ରମ କରନ୍ତି। ଆଜିର ସମୟରେ ଟଙ୍କା ବିନା ଜୀବନ କଳ୍ପନା କରାଯାଇପାରିବନି। ଅନେକ ସମୟରେ ଜଣେ ଭଲ ରୋଜଗାର କରିବା ପରେ ମଧ୍ୟ ତାଙ୍କୁ ଧନ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ପ୍ରତିଦିନ ଟଙ୍କା ଅଭାବ ଦେଖା ଦିଏ। ସମସ୍ତେ ଚାହାଁନ୍ତି ଯେ ତାଙ୍କ ପାଖରେ ଏତେ ଟଙ୍କା ହେଉ ଯାହା ଦ୍ୱାରା ସେ ନିଜ ଜୀବନକୁ ସହଜରେ ବଞ୍ଚାଇ ପାରିବେ। ତେବେ ଏପରି କିଛି ଉପାୟ ଅଛି, ଯାହାକୁ ଗ୍ରହଣ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଯଦି ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ତେବେ କୌଣସି ମନ୍ଦିରକୁ ଯାଇ କଦଳୀ ଗଛ ଲଗାନ୍ତୁ। ଯଦି ଏହା ସମ୍ଭବ ନୁହେଁ, ତେବେ ଆପଣ ଏହାକୁ କୌଣସି ପାର୍କରେ ମଧ୍ୟ ଲଗାଇ ପାରିବେ। ଏହା କରିବା ଦ୍ୱାରା ଶ୍ରୀ ହରିଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ଏବଂ ଆପଣ ନିଶ୍ଚିତ ଭାବରେ ଆର୍ଥିକ ଲାଭ ପାଇବେ। ପ୍ରଭୁ ଗଣପତିଙ୍କୁ ବେସନ ଲଡୁ ଭୋଗ ଲଗାଇ ବ୍ୟବସାୟ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଆନ୍ତୁ, ଆପଣଙ୍କ କାର୍ଯ୍ୟ ସଫଳ ହେବ।
ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ କାହାକୁ ଭେଟିବାକୁ ଚାହାଁନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ପ୍ରଥମେ ମନ୍ଦିରକୁ ଯାଆନ୍ତୁ। ଭଗବାନଙ୍କୁ କିଛି ମିଠା ଫଳ ଅର୍ପଣ କରିବା ପରେ ହିଁ ସେହି ବ୍ୟକ୍ତିଙ୍କୁ ସାକ୍ଷାତ କରନ୍ତୁ। ଆପଣ କାର୍ଯ୍ୟରେ ନିଶ୍ଚିତ ଭାବରେ ସଫଳତା ପାଇବେ। ପ୍ରତିଦିନ ଏକ ଢାଳ ପାଣିରେ ମନ୍ଦାର ଫୁଲକୁ ରଖି ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ, ଅଟକି ରହିଥିବା ଟଙ୍କା ମିଳିବାର ସମ୍ଭାବନା ବଢିଯାଏ। ଆପଣ ଭଲ ରୋଜଗାର କରୁଛନ୍ତି, କିନ୍ତୁ ସଞ୍ଚୟ ହେଉନି। ପ୍ରତିଦିନ ଘରର ପ୍ରଥମ ରୁଟି ଗାଈକୁ ଏବଂ ଶେଷ ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ଆୟରେ ବୃଦ୍ଧି ଘଟିବ।
ଯଦି ଧନ ଲାଭର ସ୍ଥିତି ରହୁଛି ତଥାପି ଆପଣଙ୍କୁ ଲାଭ ହେଉନି, ତେବେ କଦଳୀ ଗଛରେ ହଳଦିଆ ରଙ୍ଗର ସୂତା ବାନ୍ଧନ୍ତୁ ଏବଂ ଗୁରୁଜନଙ୍କ ପ୍ରତି ସମ୍ମାନ ରଖନ୍ତୁ, ସେମାନଙ୍କ ଆଶୀର୍ବାଦ ହେତୁ ଆପଣ ଆର୍ଥିକ ସଫଳତା ପାଇବେ। ଶନିବାର ଦିନ ଓସ୍ତ ଗଛ ମୂଳରେ ପାଣିରେ ଗଙ୍ଗାଜଳ ମିଶାଇ ଅର୍ପଣ କରନ୍ତୁ। ଧୂପ ଦୀପ ଜଳାନ୍ତୁ ଏବଂ ଆର୍ଥିକ ସଙ୍କଟ ହ୍ରାସ କରିବାକୁ ପ୍ରାର୍ଥନା କରନ୍ତୁ। ପରବର୍ତ୍ତୀ ଶନିବାରରେ ସମାନ ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ। ଯଦି ଘରେ ତୁଳସୀ ଗଛ ଅଛି, ତେବେ ଏହାକୁ ନିୟମିତ ପୂଜା କରନ୍ତୁ ଏବଂ ପାଣି ଦିଅନ୍ତୁ। ଅଗଣାରେ ତୁଳସୀ ଗଛ ରହିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ହୁଏ ନାହିଁ।
Powered by Froala Editor