ତେଜପତ୍ରରେ ଅଛି ଅନେକ ପୁଷ୍ଟିକର ଉପାଦାନ
ବିଭିନ୍ନ ପ୍ରକାରର ମସଲା ବ୍ୟବହାର କରିଥାଉ ରୋଷେଇ ଘରେ ଆମେ ରୋଷେଇ ଘରେ । ତେଜପତ୍ରର ସ୍ୱାଦ ଏବଂ ସୁଗନ୍ଧ ଯୋଗୁ ଏହା ରୋଷେଇରେ ଖୁବ୍ ଅଧିକ ବ୍ୟବହୃତ ହୁଏ। ହଜମ ପାଇଁ ଏହା ଏହା ଔଷଧ ପରି କାମ କରେ। ଏହି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି କ୍ୟାନସର, ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରି ଗୁଣ ରହିଛି। ଅନେକ ପୁଷ୍ଟିକର ଉପାଦାନ ଥିବାରୁ ଏହି ପତ୍ର ସଂକ୍ରମଣ ଏବଂ ଉଚ୍ଚ ରକ୍ତଶର୍କରାକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ।
ରୋଷେଇ ବ୍ୟତୀତ ଆପଣ ଚା’ରେ ମଧ୍ୟ ଏହି ପତ୍ର ବ୍ୟବହାର କରିପାରିବେ। ମଧୁମେହ ରୋଗୀଙ୍କ ପାଇଁ ପତ୍ର ଖୁବ୍ ଉପକାରୀ। ଏହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ସହ ଏଥିରେ ଥିବା ପଲିଫେନୋଲ ରକ୍ତରେ ଶର୍କରା ଓ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।
ତେଜପତ୍ର ଏହି କର୍କଟ କୋଷଗୁଡ଼ିକର ବୃଦ୍ଧିକୁ ବନ୍ଦ କରିପାରେ। ଜୀବାଣୁ ଫୁସଫୁସକୁ ଅଧିକ ଟାର୍ଗେଟ କରନ୍ତି, ଯାହା ଶ୍ୱାସକ୍ରିୟାରେ ସମସ୍ୟା ଉପୁଜାଏ। ଯଦି ଆପଣଙ୍କର ନିଶ୍ବାସ ନେବାରେ ଅସୁବିଧା ହେଉଛି ତ ଜେତପତ୍ର ପକାଇ ଫୁଟା ପାଣି ପିଅନ୍ତୁ। ତେଜପତ୍ରରେ କେଶ ଧୋଇଲେ କେଶର ଚେର ମଜବୁତ୍ ହୋଇଥାଏ।
Powered by Froala Editor