ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ, ୩ ଗୁରୁତର
କଟକ: ତିଗିରିଆ ବିଷ୍ଣୁପୁର ଗାଁରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ଏହି ଘଟଣାରେ ୩ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖୁଦୁରୁକୁଣୀ ଓଷାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗାଁରେ ପୁଲିସ ମୁତୟନ ହୋଇଛନ୍ତି। ଥାନାରେ ଏତଲା ପରେ ତଦନ୍ତ କରୁଛି ତିଗିରିଆ ପୁଲିସ।
Powered by Froala Editor