ଅବପାତର ରୂପ ନେବ ଲଘୁଚାପ !
ଭୁବନେଶ୍ୱର:ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ତଥା ପାଶର୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେବ। ପରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ଆଇଏମ୍ଡିର ବିଭିନ୍ନ ମଡେଲ ପୂର୍ବାନୁମାନ କରିଛି। ଏହା ପ୍ରଭାବରେ ରାଜ୍ୟରେ ଅକ୍ଟୋବର ପହିଲାରୁ ଭାରି ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୮ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ପରିମାଣ କମ୍ ରହିବ। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ କରିବା ନେଇ ପାଗ ଅନୁକୂଳ ରହିଛି। ରାଜସ୍ଥାନର ପଶ୍ଚିମାଞ୍ଚଳରୁ ଏହି ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ ଓ ଅକ୍ଟୋବର ସୁଦ୍ଧା ରାଜ୍ୟରୁ ମୌସୁମୀ ଅପସାରିତ ହୋଇଯିବ ବୋଲି ଆକଳନ କରାଯାଇଛି।
Powered by Froala Editor