Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ ...

  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ...

  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ...

  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ...

  • ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ...

  • ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ...

  • ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ...

  • ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ...

  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ...

  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ...

ରାଜ୍ୟ
Home ›› ରାଜ୍ୟ ››ଅମୃତକାଳରେ ଓଡ଼ିଶା ରେଳବାଇର ବ୍ୟାପକ ଉନ୍ନତି ହେଉଛି - ଧର୍ମେନ୍ଦ୍ର ପ୍ରଧାନ

ଅମୃତକାଳରେ ଓଡ଼ିଶା ରେଳବାଇର ବ୍ୟାପକ ଉନ୍ନତି ହେଉଛି - ଧର୍ମେନ୍ଦ୍ର ପ୍ରଧାନ

2023-09-25 08:02:10
15625
Share:
Facebook
Twitter
E-Mail
WhatsApp
Telegram
ଅମୃତକାଳରେ ଓଡ଼ିଶା ରେଳବାଇର ବ୍ୟାପକ ଉନ୍ନତି ହେଉଛି - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ବିଗତ ବର୍ଷ ମାନଙ୍କରେ ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ପୂର୍ବରୁ କରାଯାଇଥିବା ଅଣଦେଖା ମୋଦି ସରକାରରେ ଦୂର ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରରେ ଅମୃତକାଳରେ ଯାତ୍ରୀ ସୁବିଧା ବଢିବା ସହ ଓଡ଼ିଶାର ରେଳବାଇର ବ୍ୟାପକ ଉନ୍ନତି ହେଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସମେତ ଦେଶରେ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ସମଗ୍ର ଭାରତବର୍ଷ ଓ ଓଡ଼ିଶା ପାଇଁ ଏକ ଗୌରବର ଦିନ । ପ୍ରଧାନମନ୍ତ୍ରୀଙ୍କ କରକମଳରେ ଓଡ଼ିଶାର ସାଂସ୍କୃତିକ ରାଜଧାନୀ ଶ୍ରୀଜଗନ୍ନାଥ ପୁରୀରୁ ଭୁବନେଶ୍ୱର ଦେଇ ଇସ୍ପାତ ନଗରୀ ରାଉରକେଲା ପର୍ଯ୍ୟନ୍ତ ‘ବନ୍ଦେ ଭାରତ ଟ୍ରେନ’ର ଚଳାଚଳ ଶୁଭାରମ୍ଭ ହୋଇଛି । ଏହା ଖୁସିର ବିଷୟ । ଓଡ଼ିଶା ଏବଂ ଦେଶରେ ଯାତ୍ରୀ ସୁବିଧାକୁ ପ୍ରାଥମିକତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ବନ୍ଦେ ଭାରତ ଦେଶର ପ୍ରାୟ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚଳାଚଳ ହେଲା । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ଧୀରେ ଧୀରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେଉଛି ।

ପ୍ରଧାନମନ୍ତ୍ରୀ ମୋଦି ଦେଶରେ ୧୧ ରାଜ୍ୟକୁ ଯୋଡୁଥିବା ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ନୂଆ ଭାରତର ସାମର୍ଥ୍ୟ, ସମ୍ଭାବନା ଏବଂ ସଂକଳ୍ପର ପ୍ରତୀକ’ । ଶୁଭାରମ୍ଭ ହୋଇଥିବା ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ରାଉରକେଲା, ଝାରସୁଗୁଡା, ରେଢ଼ାଖୋଲ, ସମ୍ବଲପୁର, ଅନୁଗୋଳ, ତାଳଚେର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭୁବନେଶ୍ଵର ଦେଇ ପୁରୀ ଯାତାୟତ କରିବ । ଏହା ଦ୍ୱାରା ପୁରୀ ଓ ସମ୍ବଲପୁରରେ ଧାର୍ମିକ ପର୍ଯ୍ୟଟନରେ ଅଭିବୃଦ୍ଧି ହେବା ସହ ଆର୍ଥିକ ବିକାଶ ହେବ ଏବଂ ବ୍ୟବସାୟର ସୁଯୋଗ ବୃଦ୍ଧି ହେବ ।

ରେଳ ଦୂରତାକୁ କମାଇଥାଏ । ମହାତ୍ମା ଗାନ୍ଧି ରେଳରେ ବୁଲି ଦେଶରେ ଜାଗରଣ ତିଆରି କରିଥିଲେ । ଏକବିଂଶ ଶତାବ୍ଦୀରେ ଅମୃତ କାଳର ପିଢି ତିଆରି କଲାବେଳେ ବୁଲେଟ ଟ୍ରେନ୍ କଲା ଭଳି ଓଡ଼ିଶାରେ ଟ୍ରେନ୍ ଚଳାଚଳ ହେଉଛି । ପୂର୍ବରୁ ଗତ ମଇ ମାସରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପୁରୀ-ହାଓ୍ୱଡ଼ା ବନ୍ଦେ ଭାରତ ଟ୍ରେନର ଲୋକାର୍ପଣ ହୋଇଥିବା ବେଳେ କମ୍ ସମୟର ବ୍ୟବଧାନରେ ପୁରୀ- ଭୁବନେଶ୍ୱର- ରାଉରକେଲା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଟ୍ରେନର ଯୋଜନା ଆରମ୍ଭ ହେଲେ ଉକ୍ତ ଟ୍ରେନକୁ ପୁରୀରୁ ଭାୟା ସମ୍ବଲପୁର, ବରଗଡ଼, କଳାହାଣ୍ଡି, ନୂଆପଡା ଦେଇ ରାୟପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପୂର୍ବରୁ ଓଡ଼ିଶାରେ ରେଳ କହିଲେ ଖୋର୍ଦ୍ଧାକୁ ବୁଝାଯାଉଥିଲା । ପୂର୍ବ ସରକାରରେ ଓଡ଼ିଶାରେ ରେଳ ଅନୁଦାନ ବର୍ଷକୁ ହଜାର କୋଟି ଟଙ୍କା ଆସୁନଥିବା ବେଳେ ଆଜି ମୋଦି ସରକାରରେ ବିନା ଦାବିରେ ରେକର୍ଡସଂଖ୍ୟକ ରେଳ ଅନୁଦାନ ଆସୁଛି । ଓଡ଼ିଶାର ପୁରୀ, କଟକ, ଚାଳଚେର ରୋଡ, ରାଉରକେଲା, ବାଲେଶ୍ୱର, ସମ୍ବଲପୁର, ଭଦ୍ରକ, ବ୍ରହ୍ମପୁର ସମେତ ୫୭ଟି ରେଳ ଷ୍ଟେସନକୁ ନବୀକରଣ କରିବାର କାମ ଚାଲୁରହିଛି । ସବୁ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି । ନୂଆ ନୂଆ ରେଳ ଲାଇନ ହେଉଛି । ଯାଜପୁର ରୋଡରୁ ଧାମରା, ଦେବଗଡର ବାରକୋଟରୁ କୁଚିଣ୍ଡା ସବଡିଭିଜନ ଦେଇ ଝାରସୁଗୁଡା ପର୍ଯ୍ୟନ୍ତ ରେଳଲାଇନ ପାଇଁ ସର୍ଭେ କରିବାକୁ ଅର୍ଥ ମଞ୍ଜୁର ହୋଇଛି । ଓଡ଼ିଶାର ସବୁ ସ୍ଥାନରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଭାରତ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଲୋକାର୍ପିତ ବନ୍ଦେ ଭାରତ ଟ୍ରେନରେ ଭୁବନେଶ୍ୱରରୁ ଅନୁଗୁଳ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଛାତ୍ରଛାତ୍ରୀ ଏବଂ ଯାତ୍ରୀଙ୍କ ଠାରୁ ବନ୍ଦେ ଭାରତ ଟ୍ରେନ ଯାତ୍ରାର ଅନୁଭୂତି ବୁଝିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ ସମେତ ବିଭିନ୍ନ ରେଳ ଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲା ।

Powered by Froala Editor

Tags dharmendra pradhan , Vande Bharat Express

Related articles Odisha News Lens 4.1

  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର
    ମନୋରଞ୍ଜନ

    ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

    15639
    Sep 24, 2026
  • ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ବୋହୂ
    ଦେଶ-ଦେଶାନ୍ତର

    ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ବୋହୂ

    14624
    Sep 24, 2026
  • ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ବେଳେ ଚମକି ପଡ଼ିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ବେଳେ ଚମକି ପଡ଼ିଲେ ଟ୍ରମ୍ପ

    15376
    Sep 24, 2026
  • ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14873
    Sep 24, 2026
  • ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14852
    Sep 24, 2026
  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି
    ଦେଶ-ଦେଶାନ୍ତର

    ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି

    13765
    Sep 23, 2026
  •  ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା
    ଦେଶ-ଦେଶାନ୍ତର

    ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା

    14224
    Sep 24, 2026
  • ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ
    ଦେଶ-ଦେଶାନ୍ତର

    ଭାରତ ଅଚାନକ ରୁଷରୁ ଅଶୋଧିତ ତୈଳ କ୍ରୟ ବନ୍ଦ କରିପାରିବ ନାହିଁ: ଅର୍ଥମନ୍ତ୍ରୀ

    15085
    Sep 24, 2026
  • ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ
    ଦେଶ-ଦେଶାନ୍ତର

    ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ

    13418
    Sep 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସ୍ଲିପର ବସ୍‌ରେ ଲାଗିଲା ନିଆଁ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

    14852
    Sep 24, 2026
  • ଦେଶ-ଦେଶାନ୍ତର

    ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ

    13418
    Sep 24, 2026
  • ଦେଶ-ଦେଶାନ୍ତର

    ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି

    13765
    Sep 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17124
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17810
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17783
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18193
    Sep 06, 2023

ବିଶେଷ

  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15525
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15148
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14518
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14765
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16396
    Sep 09, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

ଭୁବନେଶ୍ୱର : କଳାହାଣ୍ଡିର ଯୁବକଯୁବତୀଙ୍କ ପାଇଁ ଧନ୍ଦାମୂଳକ ତାଲିମ ଏବଂ ସ୍ଥାୟୀ ଜୀବିକା ନିର୍ବାହ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଛି। ଏହି ଆବଶ୍ୟକତାକୁ ପୂରଣ କରି, ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ଅଞ୍ଚଳର ଯୁ ...

  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14421
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15615
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15380
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14670
    Sep 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦେଶରେ ମୌସୁମୀ ବର୍ଷା ସ୍ବାଭାବିକ ଠାରୁ ୧୫ ପ୍ରତିଶତ କମ୍ ରହିଛି

    13765
    Sep 23, 2026
  • ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା

    14224
    Sep 24, 2026
  • ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

    15639
    Sep 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In