ବୃଦ୍ଧଙ୍କୁ ଶୁଣ୍ଢରେ କଚାଡି ଦେଲା ଦନ୍ତା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜର ଟିମିନା କିଷାନ ପଡାରେ ବୃଦ୍ଧଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଲା ଦନ୍ତା।ମୃତକ ହେଲେ ବିପିନ ଟପୋ।
ଗତକାଲି ରାତିରେ ବିପିନ ଘରେ ଶୋଇଥିଲେ। ଏହି ସମୟରେ ଏକ ହାତୀ ଜଙ୍ଗଲରୁ ଆସି ବିପିନଙ୍କ ଘର ଭାଙ୍ଗୁଥିଲା। ବିପିନଙ୍କ ନିଦ ଭାଙ୍ଗିଯିବାରୁ ସେ ଘରୁ ବାହାରକୁ ଆସି ହାତୀଟିକୁ ଗୋଡ଼ାଇଥିଲେ। ହାତୀଟି ବିପିନଙ୍କୁ ଶୁଣ୍ଢରେ ଉଠାଇ କଚାଡି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଗତକାଲି ମଧ୍ୟ ସବଡେଗା ଟାଙ୍ଗରଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଏହାସହ ଗାଁରେ ଆଉ ୫ ଜଣଙ୍କ ଘର ଭାଙ୍ଗି ଦେଇଛି ଦନ୍ତା। ବାରମ୍ବାର ହାତୀ ଗାଁ ଭିତରକୁ ପଶିଆସି ଲୋକଙ୍କୁ ଆକ୍ରମଣ କରିବା ସହ ଘର ଭାଙ୍ଗି ଦେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ହେଲେ ବନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
Powered by Froala Editor