ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ

ଲୋକଙ୍କୁ ହସାଉଥିବା କଳାକାର ଏବେ ନିଜେ କାନ୍ଦୁଛନ୍ତି । ଦୁଇ ମାସରେ 'ଦି କପିଲ ଶର୍ମା ଶୋ'ର ହାସ୍ୟ ଅଭିନେତା କିକୁ ଶାରଦାଙ୍କ ସହ ଏମିତି କିଛି ଘଟିଯାଇଛି ଯେଉଁଥିପାଇଁ ତାଙ୍କ ଆଖିରୁ ଲୁହ ଶୁଖୁନି । ଦୁଇ ମାସ ମଧ୍ୟରେ ସେ ପିତାମାତାଙ୍କୁ ହରାଇଛନ୍ତି । ପିତାମାତାଙ୍କୁ ହରାଇବାର ଯନ୍ତ୍ରଣାକୁ ନେଇ କିକୁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ।
ପିତାମାତାଙ୍କ ଫଟୋ ସେୟାର କରି କିକୁ ଶାରଦା ଲେଖିଛନ୍ତି, 'ଗତ ୨ ମାସ ମଧ୍ୟରେ ମୁଁ ମୋ ମା ଏବଂ ବାପା ହରେଇଦେଇଛି।ମା, ମୁଁ ତୁମକୁ ବହୁତ ମନେ ପକାଉଛି, ତୁମ ବିନା ଜୀବନ ବିଷୟରେ ମୁଁ କେବେ ଭାବି ନ ଥିଲି।
କିକୁ ଆହୁରି ଲେଖିଛନ୍ତି, 'ପାପା- ମୁଁ ତୁମକୁ ସବୁବେଳେ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ମଣିଷ ଭାବେ ଦେଖିଆସୁଥିଲି । ତୁମଠାରୁ ବହୁତ କିଛି ଶିଖିଛି, ଏବଂ ତୁମଠାରୁ ବହୁତ କିଛି ଶିଖିବାର ଥିଲା । ତୁମେ ଦୁହେଁ ବହୁତ ଶୀଘ୍ର ଚାଲିଗଲ । କିକୁ ତାଙ୍କ ପିତାମାତାଙ୍କୁ ହରାଇବା ବିଷୟରେ ଏକ ପୋଷ୍ଟ ସେୟାର ନକରିବା ପର୍ଯ୍ୟନ୍ତ ଅନେକ ଲୋକ ଏହା ବିଷୟରେ ଜାଣି ନଥିଲେ।
Powered by Froala Editor