ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି
ପାଣିପାଗ ବଦଳିବା ସହ ଏହାର ପ୍ରଭାବ ବି ଅନେକ ଲୋକଙ୍କ ଉପରେ ପଡ଼ିଥାଏ , ଫଳରେ ବହୁତ ଲୋକଙ୍କୁ ଥଣ୍ଡା ଓ କଫ ଆଦି ହୋଇଥାଏ। ଏହାସହ ଗଳାରେ ଦରଜ ଓ କାଶ ସମସ୍ୟା ବି ଦେଖା ଦେଇଥାଏ। ଥଣ୍ଡା କଫ ହେବା ତୁରନ୍ତ ଔଷଧ ସେବନ କରିବାକୁ ବିଶେଷଜ୍ଞ ମାନେ ବାରଣ କରିଥାନ୍ତି। ଏଥିରେ ଆୟୁର୍ବେଦିକ ପ୍ରତିକାର ଆପଣଙ୍କୁ ସାହାଯ୍ୟ କରିପାରେ। ଯେଉଁଥିରେ ଉକ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ। ଆଉ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ନଥାଏ ଏଥିରେ। ଥଣ୍ଡାରୁ ପାଇବା ପାଇଁ ହଳଦୀରେ କ୍ଷୀର ମିଶାଇ ପିଇବାକୁ ପଡ଼ିଥାଏ। କିନ୍ତୁ ଯଦି ଆପଣ କ୍ଷୀର ପିଇବାକୁ ଚାହୁଁ ନାହାନ୍ତି ତ ହଳଦୀ ଚା’ରେ ଏସବୁ ଜିନିଷ ମିଶାଇ ପିଇ ପାରିବେ। ଯାହା ଦ୍ୱାରା ଥଣ୍ଡା କଫରୁ ମୁକ୍ତି ମିଳିଥାଏ।
ହଳଦୀ ସହ ମିଶାନ୍ତୁ ଡାଳଚିନି -
ହଳଦୀ, ଡାଳଚିନିକୁ ମିଶାଇ ପ୍ରସ୍ତୁତ କରାଯାଇ ଥିବା ଚା’ ଏକ ଉତ୍ତମ ହର୍ବଲ ଟି ହୋଇଥାଏ। ଯାହାକୁ ପିଇବା ଦ୍ୱାରା କେବଳ ଥଣ୍ଡା କଫରୁ ମୁକ୍ତି ମିଳିନଥାଏ , ଏହା ନାକକୁ ଠିକ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ବାସ୍ତବିକ କଥା ହେଲା ହଳଦୀ ସହ ଡାଳଚିନିର କମ୍ପାଉଣ୍ଡ ମ୍ୟୁକସକୁ କମ୍ କରିବାରେ ସାହାଯ୍ୟ କରିଥାଏ । ନାକରୁ ଅନବରତ ବହୁଥିବା ପାଣିକୁ କମାଇବା ସହ ଆଶ୍ୱସ୍ତି ଦେଇଥାଏ । ଏହା ସହ ହର୍ବାଲ ଟି ପିଇବା ଦ୍ୱାରା ଅନେକ ଲାଭ ବି ହୋଇଥାଏ –
ଇମ୍ୟୁନିଟି ବଢାଇ ଥାଏ – ଯଦି ବଦଳୁଥିବା ପାଣିପାଗରେ ହଳଦୀ ସହ ଡାଳଚିନିକୁ ମିଶାଇ ଚା ପିଅନ୍ତି ତ ଶରୀରର ଇମ୍ୟୁନିଟି ମଧ୍ୟ ପଢ଼ି ଥାଏ। ଯେଉଁଥିରେ ଥଣ୍ଡା କଫ ଭଳି ଭାଇରାଲ ସଂକ୍ରମଣରୁ ରକ୍ଷା ପାଇବାର ସାହାଯ୍ୟ ମିଳିଥାଏ । ଅନ୍ୟ ଋତୁକାଳୀନ ସଂକ୍ରମଣ ପ୍ରଭାବରୁ ବି ରକ୍ଷା କରିଥାଏ।
ମେଟାବଲିଜିମ୍ ସାହାଯ୍ୟରେ ଓଜନ ହ୍ରାସ କରିଥାଏ –ଯଦି ଆପଣ ଖରାପ ମେଟାବଲିଜିମ୍ରେ ଚିନ୍ତିତ ଅଛନ୍ତି ତ ପ୍ରତିଦିନ ଏହି ହର୍ବଲ ଚା’ କୁ ପିଅନ୍ତୁ। ଏହା ମେଟାବଲିଜିମ ସିଷ୍ଟମକୁ ଠିକ୍ କରିଥାଏ। ଯେଉଁଥିରେ ଓଜନର ନାଚ୍ୟୁରାଲ ହ୍ରାସ ଘଟିବାରେ ସାହାଯ୍ୟ ମିଳେ। ବିଶେଷ କରି ପେଟରେ ଜମା ହୋଇଥିବା ଚର୍ବି ଅଂଶ ଏହି ହର୍ବାଲ ଚା’ ରେ କମିଥାଏ ।
କୋଲେଷ୍ଟ୍ରଲ ହ୍ରାସ ପାଏ – ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା ବଢ଼ିଗଲେ କେବଳ ହଳଦୀର ପାଣି ବା ଡାଳଚିନିର ଚା ଠାରୁ ଅଧିକ ପ୍ରଭାବ ଏହି ଦୁଇଟିକୁ ମିଶାଇ ପିଇବା ଦ୍ୱାରା ହୋଇଥାଏ । ହଳଦୀ ଓ ଡାଳଚିନିକୁ ମିଶାଇ ଚା ପିଇବା ଦ୍ୱାରା ହାର୍ଟ ହେଲଥ୍ ବି ଠିକ୍ ରହିଥାଏ , କାହିଁକି ନା ଧମନୀ ଗୁଡ଼ିକୁ ବି ସଫା କରିଥାଏ ।
ଡାଇବେଟିସ ଓ ମୁଣ୍ଡବ୍ୟଥାରେ ପ୍ରଭାବ –
ଡାଇବେଟିସର ରୋଗୀ ସକାଳ ସମୟରେ ଯଦି ହଳଦୀ ଓ ଡାଳଚିନିର ହର୍ବଲ ଚା ପିଅନ୍ତି ତ ଏବା ବ୍ଲଡ ସୁଗାର ସ୍ତରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଏହାସହ ମାଇଗ୍ରେନ୍ର କାରଣରୁ ହେବାକୁ ଥିବା ମୁଣ୍ଡବ୍ୟଥାରେ ମୁକ୍ତି ମିଳିଥାଏ ।
Powered by Froala Editor