୧୮ ପର୍ୟ୍ୟନ୍ତ ଭୁବନେଶ୍ୱର-ବ୍ରହ୍ମପୁର ମେମୁ ବାତିଲ
ଭୁବନେଶ୍ୱର: ଶନିବାରରୁ ଭୁବନେଶ୍ୱର-ବ୍ରହ୍ମପୁର ମେମୁ ଉଭୟ ଦିଗରୁ ବାତିଲ ରହିବ । ସେପ୍ଟେମ୍ୱର ୧୬ରୁ ୧୮ ତାରିଖ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଭୁବନେଶ୍ୱର-ପଲାସା ମେମୁ ଭୁବନେଶ୍ୱରୁ ୧୮ ତାରିଖ ପର୍ୟ୍ୟନ୍ତ ବାତିଲ ରହିବ । ମାତ୍ର ପଲାସା-ଭୁବନେଶ୍ୱର ମେମୁ ପଲାସାରୁ ଆସନ୍ତା ୧୭ରୁ ୧୯ ତାରିଖ ପର୍ୟ୍ୟନ୍ତ ବାତିଲ ରହିବ । ମେମୁ ଟ୍ରେନ୍ଗୁଡ଼ିକର ଜରୁରୀକାଳୀନ ମରାମତି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।
Powered by Froala Editor