ଭିଜିଲାନ୍ସ ପଞ୍ଝାରେ ଲୋକସେବା ଭବନର ପ୍ରଶାସନିକ ଅଧିକାରୀ
ଭୁବନେଶ୍ବର: ବିନା ଲାଞ୍ଚରେ ଫାଇଲ୍ ଆଗକୁ ବଢ଼ିପାରୁନି, ମାସ ମାସ ଧରି ପଡ଼ିରହୁଛି। ଲୋକସେବା ଭବନରେ ଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରଶାସନିକ ଅଧିକାରୀ ଓଏଏସ୍ ସଂଗ୍ରାମ କେଶାରୀ ଜେନା ଏହାର ଉଦାହରଣ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଲୋକସେବା ଭବନ ସ୍ଥିତ ଶ୍ରୀ ଜେନାଙ୍କ କାର୍ଯ୍ୟାଳୟ ସମେତ ୪ଟି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ବେଳେ ବାବୁଙ୍କର ଆଲିସାନ କୋଠା, ମାଳ ମାଳ ପ୍ଲଟ୍ ସାଙ୍ଗକୁ ବ୍ୟାଙ୍କରେ ବିପୁଳ ଟଙ୍କା ଓ ସୁନା ଗହଣା ଦେଖି ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ ହୋଇଛନ୍ତି। ଏଯାଏଁ ୩ କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଶ୍ରୀ ଜେନାଙ୍କ ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି ୪ଟି ଟିମ୍ ରାଜଧାନୀଠାରୁ ଆରମ୍ଭ କରି ଖୋର୍ଦ୍ଧା, ଟାଙ୍ଗୀ ଏବଂ ବାଣପୁରରେ ଚଢ଼ଉ କରାଯାଇଛି।
Powered by Froala Editor