ପୁଣି ବଢିବ ବର୍ଷା: ୧୦ ଜିଲ୍ଲାକୁ ସତର୍କ
ଭୁବନେଶ୍ୱର : ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ୮ ତାରିଖ ପରଠାରୁ ରାଜ୍ୟରେ ବର୍ଷା କମିବାକୁ ଥିବାବେଳେ ୧୨ତାରିଖରୁ ବର୍ଷା ପୁଣି ବଢିବାର ସୂଚନା ମିଳିଛି । ଏହା ଲାଗି ୧୦ ଜିଲ୍ଲାକୁ ସତର୍କ କରାଯାଇଛି । ମୌସୁମୀ ପ୍ରବାହ ଜାରି ରହିଥିବାରୁ ଗତ ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି । ଗୁରୁବାର ଘୂର୍ଣ୍ଣିବଳୟ ପ୍ରଭାବରେ ଭୁବନେଶ୍ୱର ସମେତ କଟକ, ବଲାଙ୍ଗୀର, ଭଦ୍ରକ, କୋରାପୁଟ, ଜଗତସିଂହପୁର, ଢେଙ୍କାନାଳ, ବାରିପଦା ଆଦି ସ୍ଥାନରେ ଲଗାଣ ବର୍ଷା ଲାଗିରହିଛି । ଗତ ୨୪ ଘଂଟା ମଧ୍ୟରେ ୧୮.୪ ମି.ମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୮% ଅଧିକ । କୋରାପୁଟରେ ସର୍ବାଧିକ ୬୮.୪ ମି.ମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଆଗକୁ ହେଉଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ, ସମ୍ବଲପୁର, ବରଗଡ, କଠକ, ଅନୁଗୋଳ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଝାରସୁଗୁଡା, ଦେବଗଡର କିଛି ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor