ଏହି ଚା’ ଦୂର କରେ ଏସିଡିଟି ସମସ୍ୟା

ଅଧିକାଂଶ ଲୋକଙ୍କର ଖାଦ୍ୟପେୟ, ଜୀବନଶୈଳୀ କାରଣରୁ ହିଁ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ସଠିକ ଭାବେ ଖାଦ୍ୟ ସେବନ ନକରିବା, ଭୁଲ ଖାଦ୍ୟପେୟ କାରଣରୁ ଅନେକ ସମୟରେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ସହ ଏସିଡିଟି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏସିଡିଟି ସମସ୍ୟା ଥିଲେ, କେଉଁ ଚା’ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଅଦା, ପାନମଧୁରୀ, ହଳଦୀ, ପୁଦିନା ଆଦି ହର୍ବଲ ଚା’ ପିଇପାରିବେ। ଏହି ଚା’ରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ଫଳରେ ଏସିଡିଟି ସମସ୍ୟା ଦୂର ହୋଇଥାଏ। ଅଦା ଚା’ଏସିଡିଟି ଦୂର କରିବାରେ ବେଶ ସହାୟକ ହୋଇଥାଏ। ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ। ପେଟ ଭିତରେ ଥିବା ସମସ୍ୟା ଓ ସଂକ୍ରମଣକୁ ଦୂର କରିବାରେ ସହାୟକ ହୋଇଥାଏ। ପାଚନ ତନ୍ତ୍ରରେ ଥିବା ସମସ୍ୟାକୁ ଦୂର କରିଥାଏ।
ପାନମଧୁରୀ ଚା’ ଏସିଡିଟି ସମସ୍ୟା ଦୂର ପାଇଁ ବେଶ ଲାଭଦାୟକ। ଏହି ଚା’ ଏସିଡିଟି ଓ ଏଥିପାଇଁ ଶରୀରରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ପାନମଧୁରୀରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ରହିଛି। ଏହା ପାଚନ ତନ୍ତ୍ରରେ ହେଉଥିବା ସମସ୍ୟା ଓ ଏସିଡିଟି କାରଣରୁ ହେଉଥିବା ଗଳା,ଛାତିର ଜଳାପୋଡା ଦୂର କରିଥାଏ।
ହଳଦୀରେ ଅନେକ ପୋଷକ ତତ୍ତ୍ୱ ସହ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହାସହ ଏଥିରେ ଆଣ୍ଟି-ବ୍ୟାକ୍ଟେରିଅଲ ଓ ଆଣ୍ଟି ଫଙ୍ଗଲ ଗୁଣ ଭରପୁର ହୋଇ ରହିଛି। ହଳଦୀ ଚା’ ପିଇବା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୋଇଥାଏ। ପୁଦିନା ଚା’ ଏସିଡିଟି ଦୂର କରିଥାଏ। ଏହାକୁ ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ। ସଠିକ ମାତ୍ରାରେ ଏହାର ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହେ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏସିଡିଟି ଦୂର କରିଥାଏ।
Powered by Froala Editor