୨୦ରେ ମା' ସମଲେଶ୍ବରୀଙ୍କୁ ଲାଗି ହେବ ନବାନ୍ନ

ଗୁରୁବାର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଛି। ଆସନ୍ତା ୨୦ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ବିଛା ଲଗ୍ନରେ ସକାଳରୁ ୧୦ଟା ୨୭ ଲଗ୍ନରେ ସକାଳ ୧୦ଟା୪୨ ଟ ମଧ୍ୟରେ ଶୁଭ ଲଗ୍ନ ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି। ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମା' ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି କରାଯିବ। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ବାରା ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି।
ପ୍ରଥମେ ବିଦ୍ବାନ, ପଣ୍ଡିତ ପହଂଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଥିଲେ। ଏହା ପରେ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ପଣ୍ଡିତ ମଣ୍ଡଳୀ ପାଂଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଥିଲା। ଲଗ୍ନ ଅନୁସାରେ ପ୍ରଥମେ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ।
Powered by Froala Editor