ଗୋଟିଏ ବିସ୍କୁଟ ନଥିବାରୁ ଲକ୍ଷେ ଟଙ୍କା ଗଣିଲା କଂପାନି
ଭୁବନେଶ୍ୱର : ବିସ୍କୁଟ ପ୍ୟାକେଟ୍ରେ ମାତ୍ର ଗୋଟିଏ ବିସ୍କୁଟ ନଥିବାରୁ କଂପାନିକୁ ଲକ୍ଷେ ଟଙ୍କା ଗଣିବାକୁ ପଡିଛି । ଏହା ଅଜବ ଲାଗିଲେ ବି ସତ । ୍ଏହିପରି ଏକ ଘଟଣା ଘଟିଛି ତାମିଲନାଡୁରେ । ପି ଦିଲିବାବୁ ନାମ୍ନା ଜଣେ ବ୍ୟକ୍ତି ବେଶ୍ ପରିଚିତ ବ୍ୟାଣ୍ଡ ସନ୍ଫିଷ୍ଟ୍ ମ୍ୟାରି ଲାଇଟ୍ ଏକ ବିସ୍କୁଟ ପ୍ୟାକେଟ୍ କିଣିଥିଲେ । ପ୍ୟାକେଟ୍ରେ ୧୬ଟି ବିସ୍କୁଟ ଥିବାର ଲେଖାଯାଇଥିଲା । କିନ୍ତୁ ସେ ଏହାକୁ ଖୋଲିବା ପରେ ଏଥିରେ ୧୫ଟି ବିସ୍କୁଟ ମିଳିଥିଲା । ମାତ୍ର ଗୋଟିଏ ବିସ୍କୁଟ ନଥିବାରୁ ସେ କୋର୍ଟରେ କଂପାନି ତରଫରୁ ଲକ୍ଷେ ଟଙ୍କା ଜୋରିମାନା ମାଗିଛନ୍ତି । କୋର୍ଟ ଖର୍ଚ୍ଚ ବାବଦରେ ଗ୍ରାହକ ଜଣଙ୍କ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ କହିଛନ୍ତି । କୋର୍ଟ ଖର୍ଚ୍ଚ ଦେବାକୁ କଂପାନୀ ତିରୁଭାଲୁରର ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଫୋରମ୍ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ଗ୍ରାହକ ଜଣକ କଂପାନି ଓ ବିସ୍କୁଟ ବିକ୍ରି କରିଥିବା ଷ୍ଟୋରଠାରୁ ୧୦୦ କୋଟି ଟଙ୍କା ପାଇବା ଲାଗି ଦାବି କିରିଥିଲେ । ଏହିକୁ ନେଇ କୋର୍ଟ ପକ୍ଷରୁ ଶୁଣାଣିରେ କୁହାଗଲା କି ପ୍ୟାକେଟତରେ ଓଜନ ହିସାବରେ ବିକ୍ରି କରାଯାଇଛି, ବିସ୍କୁଟ ସଂଖ୍ୟା ହିସାବରେ ନୁହେଁ । ପ୍ୟାକେଟ୍ରେ ସ୍ପଷ୍ଟ ଭାବେ ୧୬ଟି ବିସ୍କୁଟ ଲେଖାଯାଇଛି, ସେଥିପାଇଁ କୋର୍ଟ ଏହି କେସ୍ ଗ୍ରହଣ କରିନଥିଲେ । ପ୍ୟାକେଟ୍ ଉପରେ ଥିବା ଲେଖା ଗ୍ରାହକମାନଙ୍କୁ ଆକର୍ଷିତ କରିଥାଏ । ତେଣୁ ଗ୍ରାହକ କିଣିଥାନ୍ତି । କଂପାନି ଗ୍ରାହକଙ୍କୁ ବିଭ୍ରାନ୍ତ କରିଛି ବୋଲି କୋର୍ଟ କହିଛି ।
Powered by Froala Editor