ଆଜି ଲୋକସେବା ଭବନରେ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ଣ ୫ଟାରେ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ବିଭାଗର ସଂଗଠନଗୁଡ଼ିକରେ ଥିବା ସମସ୍ୟା ସମ୍ପର୍କରେ ବୈଠକରେ ଆଲୋଚନା କରାଯିବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ଅନ୍ୟ ବିଭାଗୀୟ ମନ୍ତ୍ରୀ ଏବଂ ସଚିବମାନେ ଯୋଗ ଦେବେ। ଗଣଶିକ୍ଷା, ଉଚ୍ଚଶିକ୍ଷା, ଆଦିବାସୀ ଉନ୍ନୟନ, ଦକ୍ଷତାବିକାଶ, ପଞ୍ଜାୟତରାଜ ଆଦି ୧୮ ବିଭାଗର ବିଭାଗୀୟ ପ୍ରମୁଖ ଶାସନ ସଚିବମାନେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ବିଭିନ୍ନ ବିଭାଗରେ ଥିବା ସଂଘ ଏବଂ ସେମାନଙ୍କର ସମସ୍ୟା ଓ ଦାବି ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯିବ।
Powered by Froala Editor