ମର୍ମନ୍ତୁଦ ଦୁର୍ଘଟଣା: ୨ ମୃତ

ନୂଆପଡ଼ା : ଅଜଣା ଗାଡି ଧକ୍କାରେ ୨ ମୃତ। ନୂଆପଡ଼ା ୩୫୩ ନଂ ଜାତୀୟ ରାଜପଥ ବଡ ମହେଶ୍ବର ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଖଡ଼ିଆଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ମୃତକ ଖଡ଼ିଆଳ ଥାନା ବରପଦର ଗ୍ରାମର ସୁନୀଲ ବେହେରା ଓ ଗୋବିନ୍ଦା ନାଗ। ଅନ୍ୟଜଣେ ଗୁରୁତର ସେହି ଗ୍ରାମର ଆଲୋକ ରାଉତ। ଏମାନେ କୌଣସି କାମରେ ବୁଲେଟ ଯୋଗେ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ମାରିଛି । ଘଟଣା ସ୍ଥଳରେ ଏକ ନମ୍ବର ପ୍ଲେଟ ପଡିଥିବା ବେଳେ ତାକୁ ନେଇ ତଦନ୍ତ ଆରମ୍ଭ କରିଛି ଖଡିଆଳ ପୋଲିସ । ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥାନରେ ରାସ୍ତାରୋକ କରିଛନ୍ତି। ନୂଆପଡ଼ା ଖଡିଆଳ ୩୫୩ ନଂ ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି।
Powered by Froala Editor