ଆପାର୍ଟମେଣ୍ଟରେ ଏୟାର ହୋଷ୍ଟେସଙ୍କୁ ଗଳା କାଟି ହତ୍ୟା
ଏୟାର ହୋଷ୍ଟେସ୍ ରୁପଲ ଓଗ୍ରେ (୨୪)ଙ୍କ ମୃତଦେହ ମୁମ୍ବାଇର ଏକ ଆପାର୍ଟମେଣ୍ଟରୁ ମିଳିଛି। ଗଳା କାଟି ହତ୍ୟା କଲା ସଫେଇ କର୍ମଚାରୀ। ମୁମ୍ବାଇରେ ଘଟିଛି ଏଭଳି ହୃଦୟ ଥରା ଘଟଣା। ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରିଛି।
ରୁପଲଙ୍କ ଘର ଛତିଶଗଡ଼ରେ। ସେ ଏୟାର ଇଣ୍ଡିଆରେ ତାଲିମ ନେବା ଲାଗି ଗତ ଏପ୍ରିଲରେ ମୁମ୍ବାଇ ଆସିଥିଲେ। ରବିବାର ବିଳମ୍ବିତ ରାତିରେ ଅନ୍ଧେରୀର ମାରୋଲ ଅଞ୍ଚଳରେ ଥିବା କ୍ରିଶନଲାଲ୍ ମାରଓ୍ବା ମାର୍ଗର ଏନ୍ଜି କମ୍ପ୍ଲେକ୍ସର ଏକ ଫ୍ଲାଟ୍ରୁ ତାଙ୍କ ମୃତଦେହ ମିଳିଥିଲା।
ପୁଲିସର କହିବା ମୁତାବକ, ରୁପଲ ଛତିଶଗଡ଼ର ବାସିନ୍ଦା ହୋଇଥିବା ବେଳେ ସେ ଏପ୍ରିଲରେ ମୁମ୍ବାଇ ଆସିଥିଲେ। ମୁମ୍ବାଇ ଆସି ସେ ତାଙ୍କ ଭଉଣୀ ଓ ତାଙ୍କ ପ୍ରେମିକ ରହୁଥିବା ଫ୍ଲାଟରେ ରହିବା ଆରମ୍ଭ କରିଥିଲେ। ଘଟଣାର କିଛି ଦିନ ପୂର୍ବରୁ ଭଉଣୀ ଗାଁକୁ ଯାଇଥିବାରୁ ଫ୍ଲାଟରେ ଏକା ଥିଲେ ରୁପଲ। ରବିବାର ବାରମ୍ବାର ଫୋନ କରିବା ସତ୍ତ୍ବେ ସେ ଫୋନ ନଉଠାଇବାରୁ ରୁପଲଙ୍କ ସାଙ୍ଗକୁ ଫୋନ କରି ଜଣାଇଥିଲେ ପରିବାର ଲୋକେ। ଏହା ପରେ ରୁପଲଙ୍କ ସାଙ୍ଗ ସେ ରହୁଥିବା ଅନ୍ଧେରୀସ୍ଥିତ ଫ୍ଲାଟକୁ ଯିବାରୁ ତାଙ୍କ ଫ୍ଲାଟର କବାଟ ଭିତରୁ ବନ୍ଦ ଥିବା ଜଣାପଡ଼ିଥିଲା। ସନ୍ଦେହ ହେବାରୁ ରୁପଲଙ୍କ ସାଙ୍ଗ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବା ପରେ ରୁପଲ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖାଯାଇଥିଲା। ରୁପଲଙ୍କ ଗଳା କଟାଯାଇଥିବା ବେଳେ ଏବେ ପୁଲିସ ସନ୍ଦେହ କରି ରୁପଲ ରହୁଥିବା ସୋସାଇଟିର ସଫେଇ କର୍ମଚାରୀ ବିକ୍ରମ ଅଟୱାଲ(୪୦)କୁ ଗିରଫ କରିଛି।
Powered by Froala Editor