Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ...

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ...

  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ...

  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ...

  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ...

  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ...

  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ...

  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ...

  • ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ...

  • ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ...

ରାଜ୍ୟ
Home ›› ରାଜ୍ୟ ›› ଏମ୍‌‌ସରେ ପରିଚୟ ଅପେକ୍ଷାରେ ୨୮ ମୃତଦେହ

ଏମ୍‌‌ସରେ ପରିଚୟ ଅପେକ୍ଷାରେ ୨୮ ମୃତଦେହ

2023-09-04 08:22:30
15502
Share:
Facebook
Twitter
E-Mail
WhatsApp
Telegram
  ଏମ୍‌‌ସରେ ପରିଚୟ ଅପେକ୍ଷାରେ ୨୮ ମୃତଦେହ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ୩ ମାସ ବିତିଛି। ଦୁର୍ଘଟଣା ପରେ ଦୁଇଟି ପର୍ୟ୍ୟାୟରେ ମୋଟ ୧୬୨ଟି ମୃତଦେହ ଭୁବନେଶ୍ୱର ଏମ୍‌‌ସକୁ ଆସିଥିଲା। ସେଥିମଧ୍ୟରୁ ୧୩୪ଟିକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଲାଣି। ଅଗଷ୍ଟ ମାସ ୨ ତାରିଖ ସୁଦ୍ଧା ୧୩୩ଟି ମୃତଦେହ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଗତ ମାସକ ମଧ୍ୟରେ ମାତ୍ର ଗୋଟିଏ ଶବ ଚିହ୍ନଟ କରାଯାଇ ହସ୍ତାନ୍ତର କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ। ତେବେ ପରିଚୟ ମିଳି ନ ଥିବାରୁ ୨୮ ଶବ ଏମ୍‌‌ସରେ ବାତାନୁକୂଳିତ କଣ୍ଟେନରରେ ରହିଛି। କଣ୍ଟେନରରେ ଥିବା ୨୮ଟି ମୃତଦେହ ଓ ଡିଏନଏ ପରୀକ୍ଷା ପାଇଁ ଦାବିଦାରମାନଙ୍କ ଠାରୁ ନିଆଯାଇଥିବା ରକ୍ତ ନମୁନା ମେଳ ଖାଉ ନ ଥିବା ଜଣାପଡ଼ିଛି।ସେପଟେ କେତୋଟି ହାତଗଣତି ସମ୍ପର୍କୀୟଙ୍କୁ ଛାଡ଼ିଦେଲେ ପୂର୍ବାପେକ୍ଷା ଦାବିଦାର ଆସିବା ଢେର୍‌‌ କମିଲାଣି। ସେହି ଆଧାରରେ ଡିଏନ୍‌‌ଏ ପରୀକ୍ଷା ପ୍ରକ୍ରିୟା ମଧ୍ୟ ଏକପ୍ରକାର ବନ୍ଦ ହୋଇଯାଇଛି। ଏଭଳି ସ୍ଥିତିରେ ୨୮ଟି ଅଚିହ୍ନା ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କ ପାଖରେ କିପରି ପହଞ୍ଚିବ ତାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ଗତ ଜୁନ ମାସ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାର ୧୬୨ଟି ମୃତକଙ୍କ ଶବ ଦୁଇଟି ପର୍ୟ୍ୟାୟରେ ଭୁବନେଶ୍ୱର ଏମ୍‌‌ସକୁ ଅଣାଯାଇଥିଲା। ଫଟୋ ସମେତ ବିଭିନ୍ନ ଚିହ୍ନଟ ପ୍ରକ୍ରିୟା ମାଧ୍ୟମରେ ପର୍ୟ୍ୟାୟ କ୍ରମେ ୮୧ଟି ମୃତଦେହ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବାକି ୮୧ଟି ଶବକୁ ଏକାଧିକ ଲୋକ ନିଜର ସମ୍ପର୍କୀୟ ବୋଲି ଦାବି କରିଥିଲେ। ଏମିତିକି ଗୋଟିଏ ମୃତଦେହର ୪/୫ଟି ଦାବିଦାର ବାହାରିଥିଲେ। ଏଭଳି ହେବା ଯୋଗୁଁ ମୃତଦେହ ହସ୍ତାନ୍ତରରେ ସମସ୍ୟା ଦେଖା ଦେଇଥିଲା। ଏକାଧିକ ଦାବିଦାର ଥିବା ମୃତଦେହ ଚିହ୍ନଟ ପାଇଁ ଡିଏନ୍‌‌ଏ ପରୀକ୍ଷା କରାଇବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଥିଲା। ଏଯାବତ୍‌‌ ମୋଟ ୧୧୯ ଜଣ ଦାବିଦାରଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ ଲାବୋରଟୋରୀକୁ ପଠାଯାଇଥିଲା। ସେଠାରେ ମ୍ୟାଚିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇ ଏମ୍‌‌ସକୁ ୫ଟି ପର୍ୟ୍ୟାୟରେ ରିପୋର୍ଟ ପ୍ରଦାନ କରାଯାଇଥିଲା। ୧୧୯ ଜଣ ସମ୍ପର୍କୀୟଙ୍କ ରକ୍ତ ନମୁନା ମୃତକଙ୍କ ଡିଏନଏ ସହିତ ମ୍ୟାଚ କରାଯିବା ପରେ ୫୩ ଜଣ ମୃତକଙ୍କ ପରିଚୟ ମିଳିଥିଲା।

ସେଥିମଧ୍ୟରୁ ୫୨ଟି ମୃତଦେହ ଅଗଷ୍ଟ ମାସ ୨ ତାରିଖ ସୁଦ୍ଧା ହସ୍ତାନ୍ତର କରାଯାଇଥିଲା। ଅଗଷ୍ଟ ମାସ ଠାରୁ ସେପ୍ଟେମ୍ୱର ମାସ ମଧ୍ୟରେ ଆଉ ମାତ୍ର ଗୋଟିଏ ମୃତଦେହ ଚିହ୍ନଟ କରାଯାଇ ହସ୍ତାନ୍ତର ହୋଇପାରିଛି। ମାସକ ମଧ୍ୟରେ ମାତ୍ର ଗୋଟିଏ ମୃତଦେହ ଚିହ୍ନଟ ହେବା ବାକି ୨୮ଟି ମୃତଦେହଙ୍କ ପରିଚୟ ମିଳିବା ପ୍ରକ୍ରିୟାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। 

Powered by Froala Editor

Tags bahanaga train accident

Related articles Odisha News Lens 4.1

  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ
    ଦେଶ-ଦେଶାନ୍ତର

    ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ

    13599
    Feb 03, 2026
  • ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ସହପାଠୀ ଅଟକ
    ଅପରାଧ

    ନବମ ଛାତ୍ରୀକୁ ଗଣବଳାତ୍କାର: ୫ ନାବାଳକ ସହପାଠୀ ଅଟକ

    14522
    Feb 03, 2026
  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ
    ଦେଶ-ଦେଶାନ୍ତର

    ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ

    13525
    Feb 04, 2026
  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14814
    Feb 04, 2026
  • ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
    ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14575
    Feb 04, 2026
  • ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା
    ଦେଶ-ଦେଶାନ୍ତର

    ସରପଞ୍ଚ ପଦ ପାଇଁ ଝିଅକୁ କେନାଲରେ ଫୋପାଡି ଦେଲା ବାପା

    15060
    Feb 03, 2026
  • ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ
    ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14297
    Feb 03, 2026
  • ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ  ବାହାଘର
    ମନୋରଞ୍ଜନ

    ଖୁବଶୀଘ୍ର ଉଦୟପୁରରେ ହେବ ରଶ୍ମିକା ଏବଂ ବିଜୟ ବାହାଘର

    15349
    Feb 03, 2026
  • ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣ ୬ରେ
    ଦେଶ-ଦେଶାନ୍ତର

    ମୋଦିଙ୍କ ଲୋକପ୍ରିୟ କାର୍ୟ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣ ୬ରେ

    15404
    Feb 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14814
    Feb 04, 2026
  • ଦେଶ-ଦେଶାନ୍ତର

    ଅନ୍‌ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ

    14575
    Feb 04, 2026
  • ଦେଶ-ଦେଶାନ୍ତର

    ସିନ୍ଧୁ ଜଳ ଚୁକ୍ତିନାମା ବିବାଦ : ପିସିଏର ହସ୍ତକ୍ଷେପକୁ ଭାରତର ପ୍ରତ୍ୟାଖ୍ୟାନ

    14297
    Feb 03, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17324
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17396
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17740
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16216
    Apr 03, 2021

ବିଶେଷ

  • ଭୃଷଙ୍ଗ ପତ୍ରରେ ଅଛି ଆଶ୍ଚର୍ଯ୍ୟଜନକ ଫାଇଦା, ଜାଣନ୍ତୁ କିପରି କରିବେ ବ୍ୟବହାର

    15328
    Feb 04, 2026
  • ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ଆପଣଙ୍କ ଦିନ କରନ୍ତୁ ଆରମ୍ଭ

    14139
    Feb 02, 2026
  • କ୍ଷୀରକୁ କଦାପି ଖୋଲା ରଖନ୍ତୁ ନାହିଁ, ପରିବାରରେ ସୃଷ୍ଟି ହୁଏ କଳହ

    14353
    Jan 31, 2026
  • ଏମିତି କଲେ ହେବ ନାହିଁ ଗ୍ୟାସ୍

    14501
    Jan 29, 2026
  • ଅଧିକ ପିଆଜ ଖାଆନ୍ତୁ ନାହିଁ ଏହି ରୋଗୀ

    16081
    Jan 28, 2026

ବାଣିଜ୍ୟ

ଭୁଶୁଡିଲା ସେୟାର ମାର୍କେଟ

ଘରୋଇ ସେୟାର ବଜାରରେ ଏକ ଭୟଙ୍କର ସୁନାମି ଦେଖିବାକୁ ମିଳିଛି। ରବିବାର ଦିନ, BSE ସେନସେକ୍ସରେ ୧୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ଘଟି ୮୦୭୨୨.୯୪ ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି NSE ନିଫ୍ଟି ୫୦ ଇଣ୍ଡେକ୍ସରେ ୪୯୫.୨୦ (୧.୯୬%) ହ୍ରାସ ଘଟି ୨୪୮୨୫.୪୫ ପଏଣ୍ଟରେ ବନ୍ଦ ହୋଇଥିଲା । ତେବେ ବଜେଟ୍ ଦିନ ସବୁଜ ରଙ୍ଗରେ ଖୋଲିଥ ...

  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16053
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15329
    Jan 22, 2026
  • ୧.୪୦ ଲକ୍ଷ ଟପିଲା ସୁନା

    15741
    Jan 12, 2026
  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15496
    Jan 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲୋକସଭାରେ ମୁହାଁମୁହିଁ ହେଲେ ରାହୁଲ ଏବଂ ରବନୀତ

    13525
    Feb 04, 2026
  • ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ

    14814
    Feb 04, 2026
  • ଯଦି ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ଭାରତ ଛାଡିଦିଅନ୍ତୁ

    13599
    Feb 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In