୨୫ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ‘ଘରେ ଘରେ କଂଗ୍ରେସ’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ହାତରେ ଆଉ ଅଳ୍ପ ସମୟ । ଏନେଇ ବିଭିନ୍ନ ରାଜନୈତକ ଦଳ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ ରଣନୀତି । ଦଳ କେମିତି ନିର୍ବାଚନରେ ବାଜିମାତ ମାରିବ ସେନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି । ଏବେଠୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିସାରିଲେଣି । ଶାସକ ବିଜେଡି ଓ ବିଜେପି ଏକ୍ଷେତ୍ରରେ ଆଗୁଆ ରହିଥିବାବେଳେ କଂଗ୍ରେସ ବି ଏଥିରେ ପଛରେ ପଡ଼ିନାହିଁ ।
ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ କଂଗ୍ରେସ କାର୍ଯ୍ୟକ୍ରମ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଏହି ସମୟ ଭିତରେ ‘ଘରେ ଘରେ କଂଗ୍ରେସ’ କାର୍ଯ୍ୟକ୍ରମ କରାଯିବ । ପଦଯାତ୍ରା କରି ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ୬୦୦ କୋଟିରେ ଚନ୍ଦ୍ରଯାନ ଚନ୍ଦ୍ରରେ ପହଞ୍ଚିଲା । ହେଲେ ୫୦୦ କୋଟି ଟଙ୍କାରେ ୫-ଟି ସଚିବଙ୍କ ହେଲିକପ୍ଟର ବୁଲା ସରୁନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
Powered by Froala Editor