ବିପୁଳ ପରିମାଣର ଗୋ ମାଂସ ପାର୍ସଲ ଜବତ କଲା ଜିଆରପି

ଭୁବନେଶ୍ବର: ଟ୍ରେନ ଯୋଗେ ଗୋ ମାଂସ ଚାଲାଣ ଅଭିଯୋଗ । ଭୁବନେଶ୍ୱର ରେଳ ଷ୍ଟେସନରେ ଗୋମାଂସ ପାର୍ସଲ ଜବତ । ବିପୁଳ ପରିମାଣର ଗୋ ମାଂସ ପାର୍ସଲ ଜବତ କଲା ଜିଆରପି ଓ ଆରପିଏଫ ପୋଲିସ । ଟ୍ରେନରେ ଗୋ ମାଂସ ଚାଲାଣ ନେଇ ରାଷ୍ଟ୍ରୀୟ ଗୋ ସେବା ପରିଷଦ ଓଡିଶା ରେଲଓ୍ବେ ପୋଲିସକୁ ଖବର ଦେଇଥିଲେ । ତେବେ ମାଂସର ନମୁନା ପରୀକ୍ଷା ପରେ ଏହା ଗୋ ମାଂସ ନା ନାହିଁ ତାହା ସ୍ପଷ୍ଟ ହେବ । ମାଂସର ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଯିବ ।
ସୂଚନା ମୁତାବକ, ଭୁବନେଶ୍ୱର ରେଳ ଷ୍ଟେସନରେ ଥିବା ପାର୍ସଲ ଅଫିସ ନିକଟରେ କିଛି ପ୍ୟାକେଟରେ ଗୋ ମାଂସ ଥିବା ସନ୍ଦେହ କରିଥିଲେ ରାଷ୍ଟ୍ରୀୟ ଗୋ ସେବାର ଯୁବକ ମାନେ । କିଛି ପାର୍ସଲ ଟ୍ରେନ ଯୋଗେ ମଧ୍ୟ ପଠାଯାଇ ସାରିଥିବା ବେଳେ ଆଉ କିଛି ପାର୍ସଲ ଅଫିସ ପାଖରେ ଥିବା ଗୋ ସେବାର ଯୁବକ ମାନେ ଦେଖିବାକୁ ପାଇଥିଲେ । ଏନେଇ ଜିଆରପି ଓ ଆରପିଏଫକୁ ଡାକି ଯାଞ୍ଚ ପାଇଁ ଅନୁରୋଧ କରିଥିଲେ । ପରେ ପୋଲିସ ସବୁ ପ୍ୟାକେଟକୁ ଜବତ କରିବା ପରେ ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇଛି। ଗତ ଜୁନ ମାସ ୧୫ ତାରିଖରେ ଭୁବନେଶ୍ୱରରୁ ବଡ଼ ଧରଣର ଗୋରୁ ହାଡ଼ କଣ୍ଟେନର ଜବତ ହୋଇଥିଲା ଓ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ ।
Powered by Froala Editor