ଏସି ସର୍ଟସର୍କିଟ, ମେଡିକାଲର କେମୋ ୱାର୍ଡରେ ନିଆଁ

ବାଲେଶ୍ୱର: ବାଲେଶ୍ୱର ଫକୀର ମୋହନ ବଡ଼ ମେଡିକାଲ କେମୋ ୱାର୍ଡରେ ନିଆଁ ଲାଗିଯାଇଛି | ଏସି ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାଯାଇଛି। ପ୍ରବଳ ପୋଡ଼ାଗନ୍ଧ ଫଳରେ ହସ୍ପିଟାଲର ମେଡ଼ିସିନ ୱାର୍ଡରେ ଚିକିତ୍ସିତ ରୋଗୀ ଭୟରେ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସହ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ କରିଛି। ମିଳିଥିବା
ସୂଚନା ମୁତାବକ ଆଜି ସକାଳେ ଏଫଏମ ମେଡିକାଲ କଲେଜର କେମୋ ୱାର୍ଡ ବାହାରେ ଲାଗିଥିବା ଏସି କମ୍ପ୍ରେସରରେ ନିଆଁ ଲାଗିଯାଇଥିଲା | ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ପୋଡା ଗନ୍ଧ ହେବାରୁ ରୋଗୀମାନେ ତୁରନ୍ତ ବାହାରକୁ ଚାଲିଆସିଥିଲେ | ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି |
Powered by Froala Editor