ମୋବାଇଲ ମଗାଇଥିଲେ, ଆସିଲା ବୋମା

ମେକ୍ସିକୋରେ ଜଣେ ବ୍ୟକ୍ତି ଅନଲାଇନରେ ମୋବାଇଲ ମଗାଇଥିଲେ କିନ୍ତୁ ପାର୍ସଲରେ ଯାହା ଆସିଲା ତାହାକୁ ଦେଖି ତାଙ୍କ ହୋସ ଉଡ଼ିଯାଇଥିଲା । ବ୍ୟକ୍ତି ଜଣକ ପାର୍ସଲ ଖୋଲିବା ବେଳେ ସେଥିରେ ମୋବାଇଲ ବଦଳରେ ବୋମା ଥିଲା। ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ମେକ୍ସିକୋର ସେନା ପକ୍ଷରୁ ତାଙ୍କ ଘରକୁ ସିଲ୍ କରିଦିଆଯାଇଥିଲା । ଏହାପରେ ବୋମା ନିରୋଧୀ ସ୍କ୍ବାର୍ଡ ବୋମାକୁ ନିଷ୍କ୍ରିୟ କରିଥିଲା ।
ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ଗୁଆନାଜୁଏଟୋର ଲିଓନରେ ରୁହନ୍ତି। ବ୍ୟକ୍ତି ଜଣକ କହିଛନ୍ତି ସୋମବାର ତାଙ୍କ ପାର୍ସଲ ଆସିଥିଲା ଯେଉଁଥିରେ ସେ ଏକ ମୋବାଇଲ ଅର୍ଡର କରିଥିଲେ। ଯେତେବେଳେ ତାଙ୍କ ପାର୍ସଲ ପହଞ୍ଚିଲା, ତାହାକୁ ତାଙ୍କ ମା’ ନେଇ ଯାଇଥିଲେ ଏବଂ ସେ ଏହାକୁ ନଖୋଲି ଟେବୁଲ ଉପରେ ରଖିଥିଲେ। ବ୍ୟକ୍ତି ଜଣକ ଆସିବା ପରେ ପାର୍ସଲ ଖୋଲିଥିଲେ ଓ ସେଥିରୁ ବୋମା ପାଇଥିଲେ । ଏହାପରେ ବ୍ୟକ୍ତି ଜଣକ ପାର୍ସଲ ଓ ବୋମାର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାପରେ ପୁଲିସକୁ ଫୋନ କରି ଜଣାଇଥିଲେ ।
Powered by Froala Editor