ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାର ବିଲୋପ କରିବା:ଉଦୟାନିଧି ଷ୍ଟାଲିନ

ନୂଆଦିଲ୍ଲୀ: ସନାତନ ଧର୍ମ ଉପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପୁଅଙ୍କ ବିବାଦୀୟ ବୟାନ। ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଛନ୍ତି। ଏଥିସହ ସନାତନ ଧର୍ମ ସାମାଜିକ ନ୍ୟାୟ ଧାରଣା ବିରୁଦ୍ଧ, ଏହାକୁ ବିଲୋପ କରାଯିବା ଆବଶ୍ୟକ ବୋଲି ଏକ ସଭାରେ ଅଭିଭାଷଣ ଦେଇ କହିଛନ୍ତି। ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଭିନ୍ନ ରାଜନୈତିକ ଦଳ ତଥା ଧାର୍ମିକ ସଙ୍ଗଠନ ପକ୍ଷରୁ ତାଙ୍କୁ କଡା ବିରୋଧ କରାଯାଉଛି।
ଗତକାଲି ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଉଦୟାନିଧି କହିଛନ୍ତି, "କିଛି ଜିନିଷ ଅଛି ଯାହାକୁ ଆମକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ପଡିବ, କେବଳ ବିରୋଧ କଲେ ହେବନି। ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଠିକ୍ ଏହିପରି, ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ରୂପେ ହଟାଇବା ଉଚିତ୍। ସନାତନ ଧର୍ମ ମଧ୍ୟ ଏହି ରୋଗଗୁଡିକ ପରି। ଆମର ପ୍ରଥମ କାର୍ୟ୍ୟ ହେଉଛି ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାର ବିଲୋପ କରିବା।"
ସେ ଆହୁରି କହିଛନ୍ତି, "ସନାତନାର ନାମ ସଂସ୍କୃତରୁ ଆସିଛି। ଏହା ସାମାଜିକ ନ୍ୟାୟ ଏବଂ ସମାନତା ବିରୁଦ୍ଧରେ। ତେଣୁ ଏହାକୁ ବିରୋଧ ନୁହେଁ ହଟାଇବା ଉଚିତ।" ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି "ଡିଏମକେର ଜଣେ ନେତା ତଥା ମନ୍ତ୍ରୀ ସନାତନ ଧର୍ମକୁ ନେଇ ଏପରି ବୟାନ୍ ଦେଇଛନ୍ତି, ଯାହା ୮୦ ପ୍ରତିଶତ ଜନତାଙ୍କୁ ବିଲୋପ କରିଦେବାକୁ ଆହ୍ୱାନ କରୁଛି, ଯେଉଁମାନେ କି ସନାତନ ଧର୍ମର ଉପାସକ।"
Powered by Froala Editor