ସୂର୍ୟ୍ୟଙ୍କୁ ଶେଷ ଦର୍ଶନ କଲେ ନବୀନ
ଭୁବନେଶ୍ୱର : ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ଚାଲିଛି ପୂର୍ବତନ ବାଚସ୍ପତି ସୂର୍ୟ୍ୟ ପାତ୍ରଙ୍କ ଶେଷ ଦର୍ଶନ । ସୂର୍ୟ୍ୟ ନାରାୟଣ ପାତ୍ରଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଛନ୍ତି । ଶେଷ ଦର୍ଶନ ପାଇଁ ତାଙ୍କ ସଂପର୍କୀୟଙ୍କ ଭିଡ଼ ଜମୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାସଭବନରେ ପହଞ୍ଚି ସୂର୍ୟ୍ୟନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା, ଲୋକସେବା ଭବନ ଓ ପରେ ଶଙ୍ଖ ଭବନ ନିଆଯିବ ।
ଶେଷରେ ପାର୍ଥିବ ଶରୀରକୁ ତାଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ନିଆଯାଇ ସେଠାରେ ଶେଷକୃତ୍ୟ କରାଯିବ । ଗତକାଲି ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ୟ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor