ସଡ଼କ ଦୁର୍ଘଟଣା କମାଇବାରେ ସଫଳ ହୋଇଛି ଓଡିଶା
ନୂଆଦିଲ୍ଲୀ: ଓଡିଶାକୁ ପ୍ରଶଂସା କଲେ ସୁପ୍ରିମକୋର୍ଟ କମିଟି । ସଡ଼କ ଦୁର୍ଘଟଣା କମାଇବାରେ ଓଡିଶା ସଫଳ ହୋଇଛି । ସଡ଼କ ସଚେତନତା ଶିକ୍ଷା, ଟ୍ରାଫିକ୍ ଉଲଂଘନ ବିରୋଧରେ ଆକ୍ସନ, ସଡ଼କ ଇଞ୍ଜିନିୟରିଂରେ ଉନ୍ନତି ଏବଂ ତ୍ବରିତ ଜରୁରିକାଳୀନ ଚିକିତ୍ସା- ଏହି ୪ସୂତ୍ର ନୀତି ଦୁର୍ଘଟଣାକୁ ରୋକିପାରିଛି ।ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ କମିଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ୭.୫ ଏବଂ ସଡକ ଦୁର୍ଘଟଣାଜନିତ ମୃତ୍ୟୁହାର ୬.୨ ପ୍ରତିଶତ ହ୍ରାସ ପାଇଛି । ସଡ଼କ ସଚେତନତା ଶିକ୍ଷା, ଟ୍ରାଫିକ୍ ଉଲ୍ଲଂଘନ ବିରୋଧରେ ଚଢ଼ଉ, ସଡ଼କ ଇଂଜିନିୟରିଂରେ ଉନ୍ନତି ଓ ତ୍ୱରିତ ଜରୁରିକାଳୀନ ଚିକିତ୍ସା । ଏହି ଚାରି ସୂତ୍ରୀ ନୀତି ପାଇଁ ସଡ଼କ ଦୁର୍ଘଟଣା କମାଇବାରେ ଓଡ଼ିଶା ଅନେକାଂଶରେ ସଫଳ ହୋଇଛି ।
ରାଜ୍ୟରେ ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ କମିଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ୭.୫୬% ଓ ମୃତ୍ୟୁହାର ୬.୨୪% ହ୍ରାସ ପାଇଥିବାରୁ ସଡ଼କ ସୁରକ୍ଷା ଉପରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ଓ ଉଦ୍ୟମକୁ ସୁପ୍ରିମକୋର୍ଟ କମିଟି (ଏସ୍ସିସିଓଆର୍ସି) ପ୍ରଶଂସା କରିଛି ।
ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅନୁଧ୍ୟାନ କରିବା ଏବଂ ଅଡ଼ିଟ୍ କରିବା ପାଇଁ ସଚିବ ସଞ୍ଜୟ ମିତ୍ତଲ ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର ମିତ୍ତଲ ଭୁବନେଶ୍ୱରରେ ସଡ଼କ ସୁରକ୍ଷା ଉପରେ ଲିଡ୍ ଏଜେନ୍ସିର ସଦସ୍ୟମାନଙ୍କ ସହ ବୈଠକ କରି ସଡ଼କ ଦୁର୍ଘଟଣା ରୋକିବାରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।
Powered by Froala Editor