ଖୋଲିଲା ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ‘ଅମୃତଧାରା’
ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ନିଶୁଳ୍କ ଅମ୍ଳଜାନ ଆଶ୍ରୟ ସ୍ଥଳୀ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ସ୍ମାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଏବଂ ଦ ଓଡିଶା ସୋସାଇଟ୍ ଅଫ ଦ ଆମେରିକା ହେଲ୍ଦ ଏଣ୍ଡ ୱଲନେସ୍ ଗ୍ରୁପ୍ ଅମୃତ ଧାରା ନାମରେ ଏହାକୁ ସମାଜ ଉଦ୍ଦେଶ୍ୟରେ ଗଠନ କରିଛନ୍ତି । ପଟିଆ ବିଗବଜାର ସ୍ଥିତ ତ୍ରୀସନା ବ୍ୟାଙ୍କୁଟ ଠାରେ ଆରମ୍ଭ ହୋଇଛି ଏହି ଆଶ୍ରୟସ୍ଥଳୀ ।
ଆଜି ଏହାର ଉନ୍ମୋଚନ ଅବସରରେ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସ୍ପର୍ଶ ହସ୍ପିଟାଲ ମୁଖ୍ୟ ପରିଚାଳକ, ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର, ଡା. ପ୍ରିୟବ୍ରତ ଧିର, ଡା. ଅବିନାଶ ସାମଲ ଏମ୍ପ୍ରିଓ ଗ୍ରୁପର ମୁଖ୍ୟ, ଡା ଅମ୍ରିତ ପାଟ୍ଟଯୋଶୀ, ପ୍ରଫେସର ହାଇଟେକ୍ ମେଡିକାଲ, ପ୍ରଭିନ୍ ଅଗ୍ରୱାଲ, ସମାଜସେବୀ ଏବଂ ଯୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଓଡିଶାରେ ଏଭଳି ଏକ ନିଶୁଳ୍କ ଅକ୍ସିଜେନ୍ ସେଲଟର ପଟିଆ ବିଗବଜାର ସ୍ଥିତ Trishna Banquet ଠାରେ ଆରମ୍ଭ କରାଯାଇଛି ।
ଆଶ୍ରୟ ସ୍ଥଳରେ ଅମ୍ଳଜାନ ସହ ଖାଦ୍ୟ, ସାଇକୋଲୋଜିକାଲ୍ ପରାମର୍ଶ ଏବଂ ହସ୍ପିଟାଲ୍ ସ୍ଥାନନ୍ତର ପାଇଁ ଜୀବନ ଜ୍ୟୋତି ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ । ଆଗାମୀ ଦିନରେ ପୋଷ୍ଟ କୋଭିଡ୍ ସେଣ୍ଟର ଭାବରେ ଏହା ପ୍ରଶଂସନିୟ ହେବ ବୋଲି ଆଶା ପ୍ରକାଶ କରାଯାଉଛି । ଏହି ସେଣ୍ଟର୍ ସହ ଯୋଗାଯୋଗ କରିବାପାଇଁ ଦୁଇଟି ନମ୍ୱର୍ ୭୮୯୪୪୩୩୮୨୯ ଏବଂ ୮୦୯୩୮୨୨୩୨୨ ଜାରି କରାଯାଇଛି ।
Powered by Froala Editor