ଅଫିସରେ ପଶି ଯନ୍ତ୍ରୀ ସ୍ୱାମୀଙ୍କୁ ଚପଲ ଧରି ଗୋଡ଼ାଇଲେ ସ୍ତ୍ରୀ

ଲୁଚି ଲୁଚି ପ୍ରେମ କରୁଥିଲେ ଯନ୍ତ୍ରୀ ସ୍ୱାମୀ । ରେଡ୍ ହ୍ୟାଣ୍ଡରେ ଧରି ପକାଇଲେ ସ୍ତ୍ରୀ। ଅଫିସ ଭିତରେ ପଶି ସିଧା ଜୋତାରେ ଗୋଡ଼ାଇ ଗୋଡ଼ାଇ ସ୍ୱାମୀଙ୍କୁ ପିଟିଚାଲିଲେ । ଏଭଳି ଘଟଣା ଘଟିଛି ବିହାରର ଔରଙ୍ଗବାଦ ଅଞ୍ଚଳରେ। ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ କାର୍ଯ୍ୟାଳକୁ ଯାଇଥିଲେ। ତାଙ୍କୁ ଦେଖି ତାଙ୍କ ସ୍ୱାମୀ ଦୌଡି ପଳାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କ ଉପରକୁ ଚପଲ ଛାଟୁଛନ୍ତି। ଏଥିସହ ସେ ତାଙ୍କ ସ୍ୱାମୀଙ୍କୁ ଗୋଡାଇବା ସମୟରେ ଟଙ୍କା କାହିଁକି ଦେଉନାହଁ ବୋଲି କହୁଥିବା ଶୁଣିବାକୁ ମିଳୁଛି।
ଏନେଇ ମହିଳା ଜଣକ କହିଛନ୍ତି ଯେ, ସ୍ୱାମୀର ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଗତବର୍ଷ ଠାରୁ ସେ ତାଙ୍କ ବାପଘରେ ରହି ଆସୁଛନ୍ତି। କିନ୍ତୁ ସ୍ୱାମୀ ପିଲା ଓ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରୁନାହାନ୍ତି। ସବୁ ଟଙ୍କା ଅଫିସ ମହିଳାଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି । ସମ୍ପୃକ୍ତ ଇଞ୍ଜିନିୟଙ୍କ ବିରୁଦ୍ଧରେ ତାଙ୍କ ଝିଅ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ବାପା ତାଙ୍କୁ ଖରାପ ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।
Powered by Froala Editor