ରାକ୍ଷୀ ବାନ୍ଧିବାକୁ ଭାଇ ଦରକାର, ଝିଅ ଜିଦ୍ ପାଇଁ ମାସକର ପୁଅକୁ ଉଠାଇ ଆଣିଲେ ବାପା, ମା’

ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ । ହେଲେ ଦିଲ୍ଲୀରେ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ ଦମ୍ପତି ନିଜ ଝିଅର ଜିଦକୁ ପୁରଣ କରିବାକୁ ଯାଇ ୧ ମାସର ଶିଶୁ ପୁତ୍ରକୁ ଚୋରି କରିଛନ୍ତି ।
ସଂଜୟ ଗୁପ୍ତା ନାମକ ଜମେ ବ୍ୟକ୍ତିଙ୍କ ଝିଅ ତାର ଭାଇ ହାତରେ ରାକ୍ଷୀ ବାନ୍ଧବାକୁ ଅଡି ବସିଥିଲା । ଆଗକୁ ରାକ୍ଷା ବନ୍ଧନ ଆସୁଥିବାରୁ ଝିଅଟି ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଜିଦ କରିଥିଲା । ସେ ତାଙ୍କ ଝିଅର ଆଶା ପୁରଣ କରିବାକୁ ଯାଇ ରାସ୍ତା କଡରୁ ଏକ ଶଶୁ ପୁତ୍ରକୁ ଚୋରି କରିଥିଲେ ।
ଡିସିପି ସୂଚନା ଦେଇଛନ୍ତି ଗତ ୨୩ ତାରିଖ ଦିନ ରାତିରେ ଦିପକ ତାଙ୍କ ପରିବାର ସହ ଛତା ଚୌକ ପାଖ ରାସ୍ତା କଡରେ ଶୋଇଥିଲେ । ସେ ସକାଳୁ ଉଠି ଦେଖନ୍ତି ତାଙ୍କର ଏକ ମାସର ଶିଶୁ ପୁତ୍ର ପାଖରେ ନାହିଁ ।
ପୋଲିସ ସହରରେ ଲାଗିଥିବା ୪୦୦ ସିସିଟିଭି ଯାଞ୍ଚ କରିଥିଲା । ଜଣେ ଦମ୍ପତି ବଇକ୍ ଯୋଗେ ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ନଜରକୁ ଅସିଥିଲା । ପୋଲିସ ସେହି ବାଇକ୍ର ନମ୍ବରକୁ ଟ୍ରାକ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ପୋଲିସ ଶିଶୁ ପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଉକ୍ତ ଦମ୍ପତିଙ୍କୁ ଗିରଫ କରିଥିବା ଜଣାପଡିଛି ।
ପୋଲିସ କହିବା ଅନୁସାରେ କିଛି ଦିନ ତଳେ ଅଭିଯୁକ୍ତ ଦମ୍ପତିଙ୍କ ୧୭ ବର୍ଷର ପୁଅ ଛାତରୁ ପଡି ମୃତ୍ୟୁ ବରଣ କରିଥିଲା । ଏହା ପରେ ଉଭୟ ମାନସିକ ଅବସ୍ତା ଭଲ ନଥିଲା । ତାଙ୍କ ଝିଅ ଯେତେବେଳେ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଜିଦି କରିଥିଲା ସେତେବେଳେ ଉଭୟ ଶିଶୁ ପୁତ୍ରକୁ ଚୋରି କରିଥିବା କହିଛନ୍ତି ।
Powered by Froala Editor