ଫ୍ରିଜ୍ ବ୍ଲାଷ୍ଟ : ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ନଣନ୍ଦ, ଭାଉଜ
ମୁଜାଫରପୁର ଜିଲାରେ ଏକ ଫ୍ରିଜ୍ ବିସ୍ଫୋରଣ ହୋଇ ନଣନ୍ଦ ଭାଉଜଙ୍କ ମୃତ୍ୟୁ ଘଟିଛି। ଶନିବାର ବିଳମ୍ବିତ ରାତିରେ ଦେଓରିଆ ଥାନା ଅନ୍ତର୍ଗତ ଡୁମରୀ ପରମାନନ୍ଦପୁର ଗ୍ରାମରେ ଫ୍ରିଜ୍ ବିସ୍ଫୋରଣ ହୋଇଥିଲା। ଶଟ୍ସର୍କିଟ ଯୋଗୁ ଫ୍ରିଜ ବିସ୍ଫୋରଣ ହୋଇ ଘରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ଘରେ ଶୋଇଥିବା ନଣନ୍ଦ ଏବଂ ଭାଉଜ ଜଳିଯାଇଥିଲେ। କୁହାଯାଉଛି, ଭାଉଜ ରୀତା ତିନିମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବାହାରେ ରୁହନ୍ତି। ତେଣୁ ସେ ତାଙ୍କ ନଣନ୍ଦଙ୍କ ସହିତ ଶୋଇଥିଲେ। ବିଳମ୍ବିତି ରାତିରେ ଏହି ବିସ୍ଫୋରଣ ଘଟିଥିଲା।
ଏହି ଘଟଣା ପରେ ପୁଲିସ ତଦନ୍ତ କରୁଛି । ରୀତାଙ୍କ ପରିବାର ଲୋକେ ଝିଅର ଏଭଳି ମୃତ୍ୟୁରେ ଭାଙ୍ଗି ପଡିଛନ୍ତି । ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।
Powered by Froala Editor