ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ; ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ମଦୁରାଇ : ତାମିଲନାଡୁରେ ହୋଇଥିବା ଟ୍ରେନ ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ଏହାସହ ୨୦ ରୁୁ ଅଧିକ ଲୋକେ ଗୁରୁତର ଆହତ ହୋଇ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଅଗ୍ନିକାଣ୍ଡରେ ମୃତକଙ୍କ ପରିଜନଙ୍କ ରେଳବାଇ ପକ୍ଷରୁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ମଦୁରାଇ ଷ୍ଟେସନରେ ଠିଆ ହୋଇଥିବା ଉକ୍ତ ଟ୍ରେନର ଏକ ବଗିରେ ହଠାତ୍ ନିଆଁ ଲାଗି ଯାଇଥିଲା। ଦକ୍ଷିଣ ରେଳବାଇ ଠାରୁ ମିଳିଥିବା ସୂଚନାନୁଯାୟୀ, ଲଖନଉରୁ ରାମେଶ୍ୱରମ ଯାଉଥିବା ଏହି ଟ୍ରେନରେ ଯାତ୍ରୀ ବଗିରେ ନିଆଁ ଲାଗି ଯିବାରୁ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି।ରେଳବାଇ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପୁନାଲୁର-ମଦୁରାଇ ଏକ୍ସପ୍ରେସରେ ଆଜି ଭୋର ୫ଟା୧୫ ମିନିଟ୍ରେ ବଗିରେ ନିଆଁ ଲାଗି ଥିବା ନେଇ ଖବର ମିଳିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଅନ୍ୟ ବଗି ଗୁଡିକର କୌଣସି କ୍ଷତି ହୋଇ ନାହିଁ। ଦକ୍ଷିଣ ରେଳବାଇର ସୂଚନାନୁଯାୟୀ, ଯାତ୍ରୀ ଲୁଚାଇ କରି ଟ୍ରେନର ବଗିରେ ଗ୍ୟାସ ସିଲିଣ୍ଡର ନେଇଥିବାରୁ ଏହା ନିଆଁ ଲାଗିବାର କାରଣ ପାଲଟିଥିଲା।
Powered by Froala Editor