Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

2023-08-26 08:28:53
14804
Share:
Facebook
Twitter
E-Mail
WhatsApp
Telegram
ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଆନ୍ଧ୍ର ପ୍ରଦେଶରେ ସ୍ଥାପନା ହେବାକୁ ଥିବା ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ ଆନ୍ଧ୍ରପ୍ରଦେଶ ସମେତ ପଡୋଶୀ ଓଡ଼ିଶା ଓ ଛତିଶଗଡର ଜନଜାତି ସମୁଦାୟର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ଓ ଆନ୍ଧ୍ର ସରକାରଙ୍କ ସହଯୋଗ କାରଣରୁ ଆନ୍ଧ୍ରର ଚିନ୍ନାମେଦାପାଲ୍ଲୀ ଠାରେ ୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏହି ସ୍ଥାୟୀ ଜନଜାତି କ୍ୟାମ୍ପସ ପ୍ରାୟ ୫୦୦ ଏକର ପରିମିତ ଜମିରେ ନିର୍ମାଣ ହେବ । ଆନ୍ଧ୍ର ସରକାର ଜାଗା ସମେତ, ବିଦ୍ୟୁତ, ରାସ୍ତା, ପାନୀୟ ଜଳ ସମେତ ଆନୁଷଙ୍ଗିକ ସୁବିଧା ଦେବ । ଏହି ସବୁକୁ ମିଶାଇଲେ ପ୍ରାୟ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟରେ ଏକବିଂଶ ଶତାବ୍ଦୀର ନୂଆ ବାଲାଜୀ ମନ୍ଦିର ପ୍ରତିଷ୍ଠା କରୁଛୁ । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶା ସମେତ ଆନ୍ଧ୍ର ଓ ଛତିଶଗଡର ଜନଜାତିଙ୍କ କଲ୍ୟାଣ ହେବ । ଏହା ପ୍ରଧାନମନ୍ତ୍ରୀଙ୍କ ଜନଜାତି କଲ୍ୟାଣକୁ ବାସ୍ତବ ରୂପ ଦେବା ଦିଗରେ ଅନ୍ୟତମ ପଦକ୍ଷେପ ।

ଏହି ୟୁନିଭରସିଟିରେ ଡାଇଭରସିଟି ଓ ଡେମୋଗ୍ରାଫିର ଅବସର ମିଳୁଛି । ଏହି ଶିକ୍ଷାନୁଷ୍ଠାନରେ ଲଘୁଜାତ ବନଦ୍ରବ୍ୟ ଉପରେ ଅତ୍ୟାଧୁନିକ ଗବେଷଣା ହେବ । ଜନଜାତି କଳା, ସଂସ୍କୃତି ସଙ୍ଗୀତ, ଉଦ୍ୟାନ କୃଷି, କୃଷି ବିଜ୍ଞାନ, ଖାଦ୍ୟପେୟ,ମିଲେଟ୍ ଉପରେ ମଧ୍ୟ ପ୍ରାଥମିକତା ଦିଆଯିବ । ଏହି ବିଶ୍ୱବିଦ୍ୟାଳୟ, ଦକ୍ଷତା, କ୍ରୀଡା, ଆପ୍ଲାଏଡ ଏଜ୍ୟୁକେସନ ଓ ଉଭାହେଉଥିବା ଟେକ୍ନୋଲୋଜିର ବିଶ୍ୱବିଦ୍ୟାଳୟ ହେବ । ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଜାତୀୟ ଶିକ୍ଷା ନୀତି ଆଧାରରେ ଚନ୍ଦ୍ରାୟନ-୩ ଭଳି ବିଶ୍ୱରେ ନିଜ ପରିଚୟ ତିଆରି କରିବେ । ଆସନ୍ତା ଦିନରେ ଏହି ବିଶ୍ୱବିଦ୍ୟାଳୟ ହାଓ୍ୱାର୍ଡ ଓ ଅକ୍ସଫୋର୍ଡ ସହ ପ୍ରତିଯୋଗିତା କରାଇବା, ଏହା ଆମର ଲକ୍ଷ୍ୟ ହେଉ । ସଂଘୀୟ ବ୍ୟବସ୍ଥାରେ ଜନଜାତିଙ୍କ ବିକାଶ ଓ ଗରିବ କଲ୍ୟାଣରେ ବିଶେଷ ଭାବରେ ଶିକ୍ଷା କ୍ଷେତ୍ରରେ ଆମକୁ ମିଳିତ କାମ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି । ଶିଶୁଙ୍କ ପ୍ରାରମ୍ଭିକ ପାଠପଢା ମାତୃଭାଷାରେ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭାବନା ରହିଛି । ଏହା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆନ୍ଧ୍ରର କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ ।

Powered by Froala Editor

Tags dharmendra pradhan

Related articles Odisha News Lens 4.1

  • ଚୀନର ଅଭିଯୋଗ: ଟ୍ରମ୍ପ ଦୁଇ ଦେଶର ଯୁଦ୍ଧକୁ ଉତ୍ତେଜିତ କରୁଛନ୍ତି
    ଦେଶ-ଦେଶାନ୍ତର

    ଚୀନର ଅଭିଯୋଗ: ଟ୍ରମ୍ପ ଦୁଇ ଦେଶର ଯୁଦ୍ଧକୁ ଉତ୍ତେଜିତ କରୁଛନ୍ତି

    13545
    Jun 18, 2025
  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ
    ବିଶେଷ

    ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14337
    Jun 18, 2025
  • ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...
    ମନୋରଞ୍ଜନ

    ଭିଡରେ ନିଜକୁ ପୁଣି ଥରେ ଖୋଜି ପାଇବାକୁ ଚାହେଁ...

    15299
    Jun 18, 2025
  • ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

    14590
    Jun 18, 2025
  • କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ
    ଦେଶ-ଦେଶାନ୍ତର

    କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ

    13359
    Jun 18, 2025
  • ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା
    ମନୋରଞ୍ଜନ

    ନିଜ ନାମରୁ 'ଆହୁଜା' ହଟାଇଲେ ସୁନିତା

    15494
    Jun 18, 2025
  • ଦିନେ ମାଳି ବିକୁଥିଲେ, ଆଜି କୋଟିଏ ଟଙ୍କାର କାର୍‌ରେ ବୁଲୁଛନ୍ତି
    ମନୋରଞ୍ଜନ

    ଦିନେ ମାଳି ବିକୁଥିଲେ, ଆଜି କୋଟିଏ ଟଙ୍କାର କାର୍‌ରେ ବୁଲୁଛନ୍ତି

    14404
    Jun 18, 2025
  • ମାତ୍ର ୩୦୦୦ରେ ବାର୍ଷିକ Fastag ରିଚାର୍ଜ
    ଦେଶ-ଦେଶାନ୍ତର

    ମାତ୍ର ୩୦୦୦ରେ ବାର୍ଷିକ Fastag ରିଚାର୍ଜ

    14993
    Jun 18, 2025
  • ପାଇଲଟ ସ୍ୱାମୀଙ୍କ ଫଟୋଚିତ୍ରକୁ ଧରି କାନ୍ଦି କାନ୍ଦି ଅନ୍ତିମ ବିଦାୟ ଦେଲେ କର୍ଣ୍ଣେଲ ...
    ଦେଶ-ଦେଶାନ୍ତର

    ପାଇଲଟ ସ୍ୱାମୀଙ୍କ ଫଟୋଚିତ୍ରକୁ ଧରି କାନ୍ଦି କାନ୍ଦି ଅନ୍ତିମ ବିଦାୟ ଦେଲେ କର୍ଣ୍ଣେଲ ...

    13936
    Jun 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋଦୀଙ୍କୁ ଭେଟିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ

    13511
    Jun 18, 2025
  • ମନୋରଞ୍ଜନ

    ଦିନେ ମାଳି ବିକୁଥିଲେ, ଆଜି କୋଟିଏ ଟଙ୍କାର କାର୍‌ରେ ବୁଲୁଛନ୍ତି

    14404
    Jun 18, 2025
  • ବିଶେଷ

    ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14337
    Jun 18, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16675
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16980
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15499
    Apr 03, 2021

ବିଶେଷ

  • ଶଜନାଶାଗ ଖାଇଲେ ବଢ଼ାଏ ସୌନ୍ଦର୍ଯ୍ୟ

    14337
    Jun 18, 2025
  • ଶୋଇବା ପୂର୍ବରୁ ଖାଆନ୍ତୁ ମାତ୍ର ୨ ଗୁଜୁରାତି, ମିଳିବ ଚମତ୍କାର ଲାଭ

    14060
    Jun 18, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14558
    Jun 17, 2025
  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

    15721
    Jun 17, 2025
  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    16090
    Jun 16, 2025

ବାଣିଜ୍ୟ

ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

ଭୁବନେଶ୍ୱର: ଅଜିମ ପ୍ରେମଜୀ ଫାଉଣ୍ଡେସନ ସ୍ନାତକୋତର ଡାକ୍ତର (ପିଜି) ମାନଙ୍କ ନିମନ୍ତେ  ୧୮ ମାସର ନିମଗ୍ନକାରୀ ଶିକ୍ଷଣ ଅଭିଜ୍ଞତା ହାସଲ କରିବାକୁ ‘ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ’ ପ୍ର ...

  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15383
    Jun 14, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14487
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15708
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16340
    Feb 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମାତ୍ର ୩୦୦୦ରେ ବାର୍ଷିକ Fastag ରିଚାର୍ଜ

    14993
    Jun 18, 2025
  • ଲକ୍ ହୋଇଗଲା ବିମାନ ଗେଟ୍, ୪୦ ମିନିଟ୍ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

    14590
    Jun 18, 2025
  • କେଦାରନାଥ ଧାମରେ ଭୂସ୍ଖଳନ: ଦୁଇ ମୃତ, ୩ ଆହତ

    13359
    Jun 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In