ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଲୀ: ଆଜି ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ ଘୋଷଣା କରାଯାଇଛି। ଏଥିରେ ‘ପୁଷ୍ପା ଦ ରାଇଜ୍’ ଫିଲ୍ମ ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଚୟନ କରାଯାଇଛି। ଏଥିସହିତ ହିନ୍ଦୀ ସିନେମା ଗଙ୍ଗୁବାଇ କାଠିଆୱାଡ଼ି ପାଇଁ ଆଲିଆ ଭଟ୍ଟଙ୍କୁ ଓ ଥଲାଇବି ପାଇଁ କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ସେହିପରି ମିମି ପାଇଁ କୃତୀ ସେନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି।
୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ପୁଷ୍ପା ଦ ରାଇଜ୍ ଫିଲ୍ମ ଦର୍ଶକଙ୍କୁ କିମିଆ କରିଥିଲା। ଫିଲ୍ମର ଗୀତ,ନାଚ ଓ ଅଲ୍ଲୁ ଅର୍ଜୁନଙ୍କ ଦମ୍ଦାମ ସଂଳାପ ଆଜି ବି ଲୋକଙ୍କ ମନରେ ରହିଛି। ଆଜି ବି କେହି କେହି କହୁଛନ୍ତି ପୁଷ୍ପା ରାଜ ଝୁକେଗା ନେହିଁଟ୍ଟ। ଫିଲ୍ମର ହିନ୍ଦୀ ସଂସ୍କରଣ ବି ୧୦୦ କୋଟି ଆୟ କରିଥିଲା।
Powered by Froala Editor