ଟିକା ପାଇଁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଲେଖିଲେ ଚିଠି
ଭୁବନେଶ୍ୱର: ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଟିକା ସଙ୍କଟ ଦୂର କରିବା ପାଇଁ ନବୀନ ସମସ୍ତଙ୍କୁ ଚିଠି ଲେଖିବା ସହ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ଟିକା ପାଇଁ ପରସ୍ପର ଭିତରେ ନଲଢି, ଏକାଠି ଲଢିବାକୁ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
ନବୀନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆମ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କିନ୍ତୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ଟିକା କମ୍ପାନୀମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁନାହାନ୍ତି । ଏଭଳି ପରିସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ । ଏନେଇ ମୁଁ କେନ୍ଦ୍ରକୁ ଲେଖିଛି । ଅନ୍ୟ ରାଜ୍ୟମାନେ ବି ଆଗେଇ ଆସନ୍ତୁ । ଏ ସମ୍ପର୍କରେ ଏକ ସହମତି ସୃଷ୍ଟି ହେଉ । ଲୋକମାନଙ୍କୁ ଟିକା ମିଳୁ । ତୃତୀୟ ଲହର ଆସିବା ପୂର୍ବରୁ ଆମେ ସମସ୍ତେ ଉପôର ହେବା ଉଚିତ । ସ୍ୱାଧୀନତା ସଂଗ୍ରାମ ପରେ ବୋଧହୁଏ ଏହା ସବୁଠୁ ବଡ଼ ଚାଲେଞ୍ଜ । ତେଣୁ ସବୁ ବିବାଦ ଛାଡ଼ି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏଠିକା ହେବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।
ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ଗ୍ଲୋବାଲ ଟେଣ୍ଡରକୁ ଟିକା ଉପôାଦନକାରୀଙ୍କ ଅନାଦର ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ଗ୍ଲୋବାଲ ଟେଣ୍ଡର ରାଜ୍ୟ ସରକାରଙ୍କ ଅପରିପକ୍ୱ ନିଷ୍ପତ୍ତି । ଟେଣ୍ଡର ପୂର୍ବରୁ ସମସ୍ତଙ୍କ ସହ ଆଲୋଚନା କରିବା ଉଚିତ ଥିଲା । କୌଣସି ବିଡର ଯୋଗନଦେବା ରାଜ୍ୟ ସରକାରଙ୍କ ଅପାରଗତାର ପ୍ରମାଣ । ରାଜ୍ୟ ସରକାର ଏବେ ଏନେଇ କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି । ଆମ ପାଇଁ ସମସ୍ତଙ୍କ ଜୀବନ ମୂଲ୍ୟବାନ । କେନ୍ଦ୍ର କ’ଣ ନିଷ୍ପତ୍ତି ନେବ, ଅପେକ୍ଷା କରିବାକୁ ପଡ଼ିବ ବୋଲି ଅପରାଜିତା କହିଥିଲେ ।
Powered by Froala Editor