ହିମାଚଳରେ ବର୍ଷା ବିପତ୍ତି : ଆଖି ପିଛୁଳାକେ ଭୁଶୁଡ଼ିଲା କୋଠା
ହିମାଚଳ ପ୍ରଦେଶରେ ଅନେକଙ୍କ ଜୀବନ ଯାଇଛି । ଆଖି ପିଛୁଳାକେ ଘର ଭୁଶୁଡ଼ିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ନଜରକୁ ଆସିଛି । ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର କୋଠା ଭୁଶୁଡ଼ୁଥିବାର ଛାତିଥରା ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକି ଆନି ବସଷ୍ଟାଣ୍ଡର । ୪ ମହଲା ବିଶିଷ୍ଟ ଏହି କୋଠା ଭୁଶୁଡ଼ିଥିବାବେଳେ କାହାରି ମୃତ୍ୟୁ ହୋଇନାହିଁ ।
ଭୁଶୁଡ଼ି ପଡ଼ିଥିବା କୋଠା ଏବଂ ଘରର ଆବର୍ଜନାରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ଆସନ୍ତା ଦୁଇ ଦିନ ପାଇଁ ହିମାଚଳ ପ୍ରଦେଶରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରେଡ ଆଲର୍ଟ ଜାରି କରିଛି। ଅନେକ ଜିଲ୍ଲାର ଆବର୍ଜନା ଓ ପଥର ଦ୍ୱାରା ଅନେକ ରାସ୍ତା ଅବରୋଧ କରାଯାଇଛି। କ୍ଷତିଗ୍ରସ୍ତ କୁଲୁ-ମଣ୍ଡି ରାଜପଥରେ ଶହ ଶହ ଗାଡି ଅଟକି ରହିଛି। ବର୍ଷା ହେତୁ ରାଜ୍ୟର ଅନେକ NH ମଧ୍ୟ ବନ୍ଦ ରହିଛି। ବିଭାଗୀୟ ଦିଗରୁ ରୁଟ ଖୋଲିବାର ପ୍ରକ୍ରିୟା ଚାଲିଛି। ମଣ୍ଡି ଜିଲ୍ଲାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାସ୍ତାରେ ଜଳର ବନ୍ୟା ପରିସ୍ଥିତି ଦେଖାଯାଉଛି।
Powered by Froala Editor