ନବୀନ ନିବାସ ଆଗରେ ଆତ୍ମାହୁତି ଉଦ୍ୟମ
ଭୁବନେଶ୍ୱର: ଲକଡାଉନ ତଥା ପୁଲିସର କଡ଼ା ପଇଁତରା ମଧ୍ୟରେ ବୁଧବାର ନବୀନ ନିବାସ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ ବିଧାନସଭା ଅଧିବେଶନ ବେଳେ ବିଭିନ୍ନ ମାମଲାରେ ନ୍ୟାୟ ନପାଇ ବହୁ ବ୍ୟକ୍ତି ଓ ମହିଳା ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିବାବେଳେ ଆଜି ଜଣେ ମହିଳା ନବୀନ ନିବାସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛନ୍ତି । ନ୍ୟାୟ ନମିଳିବାରୁ ଶେଷରେ ଚରମ ପନ୍ଥା ଆପଣାଇବାକୁ ଉଦ୍ୟମ କରିଛନ୍ତି ମହିଳା। ମହିଳା ଜଣକ ଡେଲାଙ୍ଗ ଅଞ୍ଚଳର ହୋଇଥିବା ବେଳେ ଶାଶୁଘରେ ନିର୍ୟାତିତ ହୋଇଛନ୍ତି। ଏପରିକି ତାଙ୍କ ସ୍ବାମୀ ମଧ୍ୟ ତାଙ୍କୁ ନିର୍ୟାତନା ଦେଉଥିଲେ। ଶେଷରେ ମହିଳା ଜଣକ ଥାନାରେ ଗୁହାରି ଜଣାଇଥିଲେ ମଧ୍ୟ ପୋଲିସ ଏତଲା ରଖିନଥିଲା।
ତେଣୁ ନ୍ୟାୟ ନପାଇ ଶେଷରେ ମହିଳା ଜଣକ ଆତ୍ମହୁତି ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ମହିଳାଙ୍କୁ କାବୁ କରି ଏୟାରଫିଲ୍ଡ ଥାନାକୁ ନେଇଯାଇଥିବା ସୂଚନା ମିଳିଛି।
Powered by Froala Editor