ମୁଁ ଛାଡ଼ପତ୍ର ପାଇଥିବା ବ୍ରାହ୍ମଣ ଘର ଝିଅ, 'ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଚାହୁଁଛି

ଜୀବନସାରା ପାଇଁ ଜଣଙ୍କୁ ସାଥୀ ବାଛିଥାନ୍ତି ସମେସ୍ତ । ସେପରି ମନର ମଣିଷଟିଏ କିଏ ବା ନଚାହେଁ । ହେଲେ ଜଣେ ଯୁବତୀଙ୍କ ଅଜବ ମାଟ୍ରିମୋନିଆଲ ବିଜ୍ଞାପନ ଦେଖିଲେ ମୁଣ୍ଡ ଚକ୍କର ଖାଇଯିବ । ଯୁବତୀଙ୍କୁ ଅଳ୍ପ ସମୟ ପାଇଁ ସ୍ୱାମୀ ଦରକାର । ସେଥିପାଇଁ ସେ ବିଜ୍ଞାପନ ମଧ୍ୟ ଦେଇଛନ୍ତି ।
ଖବର କାଗଜରେ ନିଜ ସମ୍ପର୍କରେ କିଛି ତଥ୍ୟ ଦେବା ସହ ଯୁବତୀ ଜଣକ ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଇଚ୍ଛୁକ ଥିବା ଦର୍ଶାଇଛନ୍ତି । ଖବର କାଗଜରେ ଏକ ଆଡ୍ରେ ଯୁବତୀ ଲେଖିଛନ୍ତି, 'ସ୍ୱଳ୍ପ ସମୟ ପାଇଁ ବିବାହ କରିବାକୁ ଚାହୁଁଛି । ମୁଁ ଛାଡ଼ପତ୍ର ପାଇଥିବା ଉଚ୍ଚଶିକ୍ଷିତା ବ୍ରାହ୍ମଣ ଘରର ଝିଅ । ୧୯୮୯ରେ ଜନ୍ମ, ଉଚ୍ଚତା ୫ ଫୁଟ୍ ୭ ଇଞ୍ଚ, ମୁମ୍ବାଇରେ ମୋର ନିଜସ୍ୱ ବିଜନେସ୍ ରହିଛି ।' ବୋଲି ଯୁବତୀ ଜଣକ ଖବର କାଗଜରେ ବିଜ୍ଞାପନ ଦେଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ବିଜ୍ଞାପନ ପେଜ୍କୁ ତନିସ୍କା ସୋଢ଼ି ନାମକ ଜଣେ ଉପଭୋକ୍ତା ତାଙ୍କ ଟ୍ୱିଟର ପେଜ୍ରେ ସେୟାର କରିଥିବା ଦେଖିବାକୁ ମିଳିଛି ।
Powered by Froala Editor