ଭିଜିଲାନ୍ସ ଜାଲରେ ଆଦିବାସୀ ଉନ୍ନୟନ ସମଵାୟ ନିଗମର ଜିଲ୍ଲା ପରିଚାଳକ
ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଦିବାସୀ ଉନ୍ନୟନ ସମଵାୟ ନିଗମ (ଟିଡିସିସି)ର ସୁନ୍ଦରଗଡ଼ ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି। ତାଙ୍କ ଠାରୁ ୧୯ ଲକ୍ଷ ଟଙ୍କା ଜବତ କରାଯାଇଥିବା, ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।
ଆଜି ସକାଳେ ଜୟପ୍ରକାଶ ମହାନ୍ତି ଅଫିସ୍ ବୋଲେରୋ ଯୋଗେ ଝାରସୁଗୁଡ଼ା ଯାଉଥିଲେ। ସେଠାରୁ ସେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଯାଇଥା’ନ୍ତେ। ତେବେ କୌଣସି ସୂତ୍ରରୁ ସୂଚନା ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ୍ ତାଙ୍କୁ ପିଛା କରିଥିଲେ। ମସ୍ନିକାନୀ ଟୋଲ୍ ପ୍ଲାଜାରେ ଭିଜିଲାନ୍ସ ଟିମ୍ ଜୟପ୍ରକାଶଙ୍କ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧୯ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା।
Powered by Froala Editor