ସଠିକ୍ ଦିଗରେ ରଖନ୍ତୁ ଜିନିଷ, ଦୂର ହୁଏ ଧନର ଅଭାବ

ବାସ୍ତୁ ଶାସ୍ତ୍ରରେ ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷ ପାଇଁ ଦିଗର ମହତ୍ତ୍ୱ ଥିବା ବର୍ଣ୍ଣନା କରାଯାଇଛି। କୁହାଯାଏ,ସଠିକ୍ ଦିଗରେ ଜିନିଷ ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇ ଧନର ଅଭାବ ଦୂର ହୋଇଥାଏ। ବାସ୍ତୁ ଅନୁଯାୟୀ ଜିନିଷକୁ ଦିଗ ଅନୁଯାୟୀ ରଖିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଧନ ଓ ସୁନାଚାନ୍ଦି ଦୁଇ ଗୁଣା ହୋଇଥାଏ। ଜାଣନ୍ତୁ..
ବାସ୍ତୁ ଅନୁଯାୟୀ, ଘରେ ସୁନା ଆଭୂଷଣକୁ ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ ନାହିଁ।
ଘରର ଆଲମିରାକୁ ରଖୁଥିବା କକ୍ଷର କାନ୍ଥ ସର୍ବଦା ହଳଦିଆ ରଙ୍ଗର କରନ୍ତୁ। ଏହାଦ୍ୱାରା ଭଗବାନ କୁବେରଙ୍କ ବିଶେଷ କୃପା ମିଳିବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ସୁନା ଆଭୂଷଣ ରଖୁଥିବା ଆଲମିରା ଏପରି ଦିଗରେ ରଖନ୍ତୁ,ଯେପରି ଆଲମିରାର କବାଟ ଉତ୍ତର ଦିଗକୁ ଖୋଲିବ। ଘରର ଧନ ଓ ଆଭୂଷଣ ରଖିବା ପାଇଁ ଉତ୍ତର ଦିଗ ସବୁଠାରୁ ଶୁଭ।
ବାସ୍ତୁ ଅନୁଯାୟୀ, ଘରେ ଧନ ପ୍ରାପ୍ତି, ଶୁଭକାର୍ୟ୍ୟ ଓ ଭାଗ୍ୟରେ ଶୁଭ ପରିବର୍ତ୍ତନ ପାଇଁ ଆଲମିରା ସାମ୍ନାରେ ଏକ ଆଇନା ରଖନ୍ତୁ।
ଘରର ଆଲମିରାର କବାଟ କଦାପି ଗାଧୁଆଘର ଆଡକୁ ଖୋଲିବା ଉଚିତ ନୁହେଁ।
ବାସ୍ତୁ ଅନୁଯାୟୀ, ସୁନା ଦାନ କରିବା ଶୁଭଙ୍କର।
ମାତ୍ର ସୁନା ହଜିବା କିମ୍ବା ମିଳିବା ଶୁଭଙ୍କର ନୁହେଁ। ସୁନା ହଜିବା ଦ୍ୱାରା ଅର୍ଥହାନୀ ହୋଇଥାଏ।
ସୁନା ଆଭୂଷଣ କିଣିବା ପାଇଁ ରବିବାର, ସୋମବାର, ମଙ୍ଗଳବାର ଓ ଗୁରୁବାର ସବୁଠାରୁ ଉତ୍ତମ ଦିନ। ଏହାସହ ବିଶେଷ ଦିନ ଦୀପାବଳି,ଅକ୍ଷୟ ତୃତୀୟା ଆଦି ଦିନରେ ସୁନା କିଣିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ଧନ ପ୍ରାପ୍ତି ହୋଇଥାଏ।
Powered by Froala Editor