ଆଜି ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବ ବିକ୍ରମ ଲ୍ୟାଣ୍ଡର
ନୂଆଦିଲ୍ଲୀ: ଆଜି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଆଜି ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେବାର କାର୍ୟ୍ୟକ୍ରମ ରହିଛି। ଏହି ସୋପାନ ଅତିକ୍ରମ କରିବା ପରେ ଆସନ୍ତା ୨୩ରେ ଲ୍ୟାଣ୍ଡର୍ ଏବଂ ରୋଭର, ପ୍ରଜ୍ଞାନ୍ ଚନ୍ଦ୍ରରେ ଅବତରଣ କରିବେ ବୋଲି ଆଶା କରାଯାଉଛି। ଯଦି ସଫଳ ଅବତରଣ ହୁଏ ତେବେ ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ବିଶ୍ୱର ଚତୁର୍ଥ ଦେଶ ହୋଇଯିବ।
ତେବେ ଆଜି ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ସ୍ପେସକ୍ରାଫ୍ଟରୁ ଅଲଗା ହେବା ପରେ ପ୍ରଜ୍ଞାନ୍ ରୋଭରର ଚିତ୍ର ଉତ୍ତୋଳନ କରିବ। ପ୍ରଜ୍ଞାନ ରୋଭରରେ ଚନ୍ଦ୍ରପୃଷ୍ଠର ଗତିବିଧି ଉପରେ ନଜର ରଖିବା ପାଇଁ ଯନ୍ତ୍ରପାତି ଖଞ୍ଜା ଯାଇଛି। ବିକ୍ରମ ଲ୍ୟାଣ୍ଡର ଏ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେବାରେ ସହଯୋଗ କରିବ। ଇସ୍ରୋର ମୁନ୍ ମିଶନ ଚନ୍ଦ୍ରାୟନ-୩ ଗତକାଲି ଏହାର ପଞ୍ଚମ ତଥା ଅନ୍ତିମ ଚନ୍ଦ୍ର କକ୍ଷପଥକୁ ସଫଳତାର ସହ ସମାପ୍ତ କରିଥିଲା। ଗତକାଲି, ଇସ୍ରୋ ସଫଳତାର ସହିତ ଚନ୍ଦ୍ରଯାନ-୩ ମହାକାଶଯାନକୁ ଚନ୍ଦ୍ରର ଚାରିପାଖରେ ୧୫୩ କିମିଙ୍ଘ୧୬୩କିମି ବୃତ୍ତାକାର କକ୍ଷପଥରେ ସ୍ଥାନିତ କରିଛି।
ଏହି ପ୍ରକ୍ରିୟା ଶେଷ ହେବା ପରେ ସ୍ପେସକ୍ରାଫ୍ଟ ଚନ୍ଦ୍ର ପୃଷ୍ଠକୁ ଆହୁରି ନିକଟତର ହୋଇଛି। ଏହାପରେ ପ୍ରପଲସନ୍ ମଡ୍ୟୁଲରୁ ଲ୍ୟାଣ୍ଡିଂ ମଡ୍ୟୁଲକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।
Powered by Froala Editor