ହିନ୍ଦୁ ଯୁବତୀଙ୍କ ସହ ଥିବାରୁ ମୁସଲିମ ଯୁବକ ହିଂସାର ଶିକାର, ଟାଣି ଆଣି ପିଟିଲେ ଲୋକେ
ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟେସନରେ ଜଣେ ମୁସଲମାନ ଯୁବକ ଜଣେ ହିନ୍ଦୁ ନାବାଳିକା ସହ ବୁଲୁଥିଲେ। ତେବେ କିଛି ଲୋକ ମୁସଲମାନ ଯୁବକଙ୍କୁ ଧରି ଷ୍ଟେସନରେ ଭିଡ଼ା ଓଟରା କରିବା ସହ ମନଇଚ୍ଛା ପିଟିଛନ୍ତି। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମେନ (ଏଆଇଏମଆଇଏମ) ମୁଖପାତ୍ର ଓ୍ବାରସ ପଠାନ ଭିଡିଓକୁ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି, ଲବ ଜିହାଦ ନାମରେ ହୋଇଥିବା ଆକ୍ରମଣର ତଦନ୍ତ ଦାବି କରୁଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ସଂଘବଦ୍ଧ ଭାବେ କିଛି ଲୋକ ମୁସଲିମ ଯୁବକଙ୍କୁ ଷ୍ଟେସନରୁ ଭିଡ଼ି ଭିଡ଼ି ବାହାରକୁ ଆଣିବା ସହ ପ୍ରବଳ ମାଡ଼ ମାରୁଛନ୍ତି। ଜଣେ ପୁଲିସ୍ ଅଫିସର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ସେ ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପ କରୁ ନାହାନ୍ତି।
ସେ କହିଛନ୍ତି, “ମୁମ୍ବାଇର ହୃଦୟରେ ଏସବୁ କ’ଣ ଘଟିଯାଉଛି? ହିନ୍ଦୁତ୍ୱ ଗୁଣ୍ଡାମାନେ ‘ଲବ ଜିହାଦ’ ନାମରେ ଜଣେ ଅସ୍ତ୍ରହୀନ ମୁସଲମାନ ଯୁବକଙ୍କୁ ମାଡ ମାରୁଛନ୍ତି। ଭିଡରେ କେତେକେ ଯୁବକମାନେ ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇ ମୁସଲମାନ ଯୁବକଙ୍କୁ ମାଡ ମାରୁଛନ୍ତି ।
ଘଟଣାଟି ଜୁଲାଇ ୨୧ରେ ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେଉଛି। ଘଟଣା ବେଳେ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ କେହି ଏଥିରେ ହସ୍ତକ୍ଷେପ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Powered by Froala Editor